ହାଇକୁ : ନୁଆଁ ସକାଳ
ହାଇକୁ : ନୁଆଁ ସକାଳ
1 min
462
ପ୍ରଦୀପ କୁମାର ଦାଶ "ଦୀପକ
ଓଡିଆ ହାଇକୁ
01.
ନୁଆଁ ସକାଳ
ବଗିଚାର ଗଛଟି
ଫୁଟାଏ ଫୁଲ ।
02.
ଶୁଭ ସକାଳ
ସୂର୍ଯ୍ୟ ନୁହେଁ କୁଣ୍ଠିତ
ଦିଏ ଆଲୋକ ।
03.
କପଟ ଚିନ୍ତା
ଖସାଇ ଦିଏ ତଳ
ହୁଅ ସରଳ ।
04.
ହୃଦୟ ଭାଙ୍ଗେ
ଛୋଟିଆ କଟୁ କଥା
ଆଘାତ ଦିଏ ।
05.
ସ୍ୱପ୍ନ ବହୁତ
ମିଛମାୟା ସଂସାର
ନୁହେଁ ବାସ୍ତବ ।
