STORYMIRROR

Guruji Education World

Others

4  

Guruji Education World

Others

ଏଇ ପରା କଳିଯୁଗ

ଏଇ ପରା କଳିଯୁଗ

1 min
483

ଦୁଃଖରେ ରହିଲେ ନିଜେ ଜଳିଯିବ

ସୁଖରେ ରହିଲେ ଅନ୍ୟମାନେ ଜଳିବେ

ଏଇ ପରା କଳିଯୁଗ

ଏଠି ଲାଗଇ ସମସ୍ତେ ନିଜର

କିନ୍ତୁ ନୁହେଁ କେହି ଆପଣାର  ।


ମନ୍ଦ କାମ କଲେ ମିଳିବ ଦୁଃଖ

ଭଲ କାମ କଲେ ଅନ୍ୟମାନେ ହେବେ ଦୁଃଖିତ

ଏଇ ପରା କଳିଯୁଗ

ଏଠି ସମୟ ମିଳେ ନିଜ ପାଇଁ

କିନ୍ତୁ ନୁହେଁ କେହି ପର ପାଇଁ  ।


ପଛରେ ରହିଲେ ଲାଗଇ କଷ୍ଟ

ଆଗକୁ ଆସିଲେ ଜୀବନ ହୁଏ କଣ୍ଟକିତ

ଏଇ ପରା କଳିଯୁଗ

ଏଠି ଆଗକୁ ଆସିବାର ଇଚ୍ଛା ସମସ୍ତଙ୍କର

କିନ୍ତୁ ନୁହେଁ କେହି ନିଃସ୍ୱାର୍ଥପର ।


ମିଛ ପାଇଁ ସବୁ ବାଟ ସହଜ

ସତ ପୁଣି ଠେଲି ହୋଇଯାଏ ଅବାଟକୁ

ଏଇ ପରା କଳିଯୁଗ

ଏଠି ସବୁ କିଛି ସମସ୍ତଙ୍କୁ ଜଣା

କିନ୍ତୁ ନୁହେଁ କେହି ଅଜଣା ।


ଶତ୍ରୁର ଗୁଳିରେ ମରିଗଲେ ମିଳେ ଶାନ୍ତି

ମିତ୍ରର ପଦେ କଥାରେ ମନ ହୁଏ ଅଶାନ୍ତି

ଏଇ ପରା କଳିଯୁଗ

ଏଠି ସବୁ କିଛି ମହଙ୍ଗା

କିନ୍ତୁ ନୁହେଁ କେହି ଚାଙ୍ଗା ।


ମରିବାକୁ ଇଛା ହେଲେ ନିଶ୍ଵାସ ଯାଏନି

ବଞ୍ଚିବାକୁ ହେଲେ ଜୀବନ ହୁଏ ଅଣ ନିଶ୍ଵାସୀ

ଏଇ ପରା କଳିଯୁଗ

ଏଠି ସବୁ ଇଚ୍ଛା ଇଶ୍ୱରଙ୍କର

କିନ୍ତୁ ନୁହେଁ କେହି ତାବିନୁ ଅନ୍ୟ ଗତିର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍