STORYMIRROR

Guruji Education World

Others

4  

Guruji Education World

Others

ଭିଜା ମାଟି

ଭିଜା ମାଟି

1 min
381

ପରସ୍ତ ପରସ୍ତ ଆବୋରଣ ରହିତ

ବର୍ଷ ବର୍ଷର ଅପେକ୍ଷାର ଫର୍ଦ୍ଦଟିଏ,

ସ୍ୱର୍ଗଠାରୁ ଅବିଶ୍ରାନ୍ତ ନିଷ୍ପାପ ହୃଦୟର

ଜୀବନଠୁ ଜୀବନ ଅଧିକଟିଏ ।


କେବେ କେବେ ବହିଯାଏ ଭିଜିଯାଏ

ପୁଣି ଉଡିଯାଇ ନୂଆ ଗଢିହୁଏ,

କେବେ ବର୍ଷାରେ ତ କେବେ ଶୁଷ୍କ ପବନରେ

ପୁଣି ନିଶ୍ୱାସ ଗନ୍ଧରେ ବାରି ହୁଏ ।


ସେ ମାଆ,ସେ ମାଟି, ସେ ଭରସାର

ପ୍ରତିଟି ସ୍ପନ୍ଦନର ବିଳାପଟିଏ,

ସେ ଅମୃତ, ସେ ଦୀପ୍ତ ,ସେ ଆଶାର

ମୋହ ମୋହ ଭିଜା ମାଟିଟିଏ ।


ସ୍ମୃତିର ଜୀବନ୍ତ ପ୍ରଦୀପ ପ୍ରଜଲ୍ଲିତ ହୋଇ

ସେ ଗନ୍ଧରେ ପୁଲକିତ ଆଣେ ,

ପ୍ରତିଟି ସମୟରେ ପ୍ରତିଟି ପ୍ରାଣରେ

ଜନ୍ମ ମୃତ୍ୟୁର ସ୍ପର୍ଶତା ବହିଆଣେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍