STORYMIRROR

Simanchal Rana

Others

3  

Simanchal Rana

Others

ଦର୍ପଣରେ

ଦର୍ପଣରେ

1 min
181


ତୁମେ ଦେଖ ତୁମର ସେ ଓଠ

ଯେଉଁଠି ଝରୁଥାଏ ତମାମ ହସ

ନିଦ ଭୁଲା ରାତି ଆଉ ସ୍ୱପ୍ନଚରା ଶେଷ।


ସମୟର ଦୁର୍ଘଟଣାରେ

ଦିନେ ଦିନେ ମୁଁ ବି ଦେଖିଛି ଆଇନା

ଫଟା କାନ୍ଥର ଆଉଜାଇ ଦେହ,

ଦାନ୍ତଝଡା ପାନିଆରେ ଅରୁଆ ଉତାରି

ଆଃ ଏବେ ବି କ୍ଲାନ୍ତ ଜରାଜୀର୍ଣ୍ଣ ମୋ ମୁହଁ।


ମନେଅଛି ମୋର

ପାଦ ପାଉନଥିବା ଦର୍ପଣରେ

ସେଦିନ ବି ମଝି ସିନ୍ତାଣଟେ ଆସେ-

ଜରଜର ତେଲିଆ ମୁଣ୍ଡରେ ଆଂଚୁଡ଼ି,

ଗଜା ଘା'ଆ ସବୁକୁ ଦର୍ପଣରେ ଦେଖି।


ତୁମେ ବି ତ ଦେଖିଥିବ

ଋତୁମତୀ ରଜସ୍ୱଳାର ରୁନ୍ଧା ଘରେ,

ଆଃ ଏବେ ମୁଁ ଯୌବନ ପ୍ରଗଳ୍ଭା-

ରକ୍ତସ୍ନାନର ନୂଆ ନଈ,

ମୋ ଦେହେ ପୂର୍ଣ୍ଣତାର ସୁଅ-

ପ୍ରାପ୍ତିର ଗିରିବନ ଡେଇଁ।


ମୁଁ ବି ଦେଖିଛି

ଏ ଦର୍ପଣରେ ଧୂ ଧୂ ବୈଶାଖର ଲମ୍ଫ

ଗମଗମ ଝାଳ ଆଉ ଭିଜାଭିଜା ମୁହଁ,

ମୁଁ ଦେଖିଚି ଏ ଦର୍ପଣରେ

ଭଡ଼ାଗାଡ଼ିରେ ସଜ ସମ୍ପତ୍ତିର ରଡି-

ସୁନା ଗୋରୀ ଉଦାସ ମୁହଁ,

ଦୂର ଆକାଶ କେବେ ଦେଉଥିଲା ଠେଲି।


ହୁଏତ ସାକ୍ଷୀଥିବ

ନାଲି ଟିକିଲିଟେ ସେ ଦର୍ପଣରେ

ସୂଚାଇ ଦେଇଥିବ ତୁମର ସେ ଦିନ,

ଓଦାଲୁଗା ଆଉ ଅଲରାକେଶରେ

ତୁମେ ବି କେଉଁ ଋତୁଠୁ କମ ନୁହଁ।


ଏ ଦର୍ପଣରେ ତୁମେ କେବେ

ଦେଖିଥିବ ଅଣ୍ଟାର ଭାଙ୍ଗ, ପିଠିର ରଙ୍ଗ

କେବେ ପୁଣି ଚୈତ୍ରର ସମୀରଣ-

ନୁଖୁରାମୁଣ୍ଡରେ ଯେତେ ନୂଆ ନିଖ।


ଦେଖିଛି ମୁଁ ଦର୍ପଣରେ

ଭୋକରେ ମୋ ମୁହଁର ସାନ୍ଧ୍ରତା

ଶୋକରେ ଇପ୍ସିତ ମୋ ଅଭିନୟ,

ମୁଁ ଦେଖିଛି ମୋ ସକାଳର ସ୍ତ୍ରୋତ-

ନିମଗ୍ନ ଦୂର ବିଜନତା ସମୀପ ଖୁସିର କ୍ଷତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍