ଛଳନା
ଛଳନା
ତୁମ ଖୁସିରେ ମୁଁ ଖୁସି ତୁମେ ହିଁ ତ ମୋର ସବୁକିଛି କଣିକାହୋଇ ଉଡେ ମୋସ୍କୃତି ଖୋଜେ ଅଜଣା ରାଇଜେ ହଜି।
ଚାହିଁ ନଥିଲି ମୁଁ ପରୀରାଇଜଟେ ଚାହିଁ ଥିଲି ତୁମ ପ୍ରେମ ଅଧାବାଟେ ତୁମେ ଏକା କରିଦେଲ କଳ୍ପନା ମୋ ଜର୍ଜରିତ।
ଦିନଯାକର ଥକା ମେଣ୍ଟୁଥିଲା ତୁମ କେଇପଦ କଥାରେ
କେମିତି ଭୁଲିବି ମୁହଁକୁ ତୁମର ମନ ବି ମୋ ମନା କରେ।
ସତ ପ୍ରେମ ରେ ତ ଛଳନା ନଥାଏ କେହି ଜଣେ କହିଥିଲ ସେହି ସତ ଆଜି ମିଛ ପାଲଟିଛି ମୋ ନିଜସ୍ଵ ଅନୁଭୂତିରେ।
କଥା ଥିଲା ଆମେ ପ୍ରେମ ରେ ମରିବା ଜଳିବ ଏକାଠି ଜୁଇ ମତେ ଠକି ଦେଇ କି ଲାଭ ପାଇଲ କହିବ ଟିକିଏ ଖୋଲି।
ଯେତିକି ନିଜର
ତୁମକୁ ଭାବିଲି ତମେ ଗଲ ଦୁର କରି
ଥିଲ ପ୍ରାଣପକ୍ଷୀ ଦୂରେ ଗଲ ହଜି କେଉଁଠି ଖୋଜିବି ମୁହିଁ।
ସାତ ଋତୁ ଠାରୁ ଯତେ ରଙ୍ଗ ଆଣି ମାଖି ଥିଲି ସପନରେ
ଫିକା ପଡ଼ିଗଲା ସବୁ ରଙ୍ଗ ଆଜି ଛଳନାର ଲହଡିରେ।
କୁହୁକ ନଗରୀରେ ବୁଲୁଥିଲି ମୁଁ ପୀରତିର ରୂପ ଦେଖି
ଆଶା ଅସୁମାରୀ ନେଇଗଲ ତୁମେ ଅଜଣା ପକ୍ଷୀଟେ ସାଜି।
ବିଶ୍ବାସ,ଭରଷା ଭାଙ୍ଗିଦେଲ ମୋର ହୋଇ ତଲବାରୀ ଛୁରୀ ତିଳତିଳ ପରି ମରୁଛି ମୁଁ ତୁମ କଥା ଭାବି ଭାବି।
ଜୀବନ ପଙ୍କିଳ ଅଜଣା ପଥଟେ କିଏ ଆସି କିଏ ଯିବ
କିନ୍ତୁ ତୁମ ପ୍ରତାରଣା ନିତି ଗ୍ରାସୁଥିବ ପ୍ରାଣନାଶୀଟିଏ ହୋଇ ।