STORYMIRROR

Barsa Rani

Romance

4.0  

Barsa Rani

Romance

ପ୍ରେମ

ପ୍ରେମ

1 min
184


ପ୍ରେମ ନୁହେଁ ଫୁଲର ଶେଯ

ପ୍ରେମ ନୁହେଁ ମଧୁରାତି

ପ୍ରେମ ହେଉଛି ଦୁଇଟି ହୃଦୟର ମିଳନ

ସ୍ଵପ୍ନ ଏକ ଅଜଣା ରାଇଜର ବାଟ

ତମେ କିଏ ମୁଁ ଜାଣେନା

କେବେ ଆସିବ ତା ବି ଜାଣେନା

ତଥାପି ଭାବେ ତୁମ ବିଷୟରେ

କିଏ ତୁମେ। କେମିତି ହୋଇଥିବ ତୁମେ

ଆକର୍ଷଣ ଜମା ପ୍ରେମ ନୁହେଁ

କି ସୁନ୍ଦରତା ଗୋଟେ ଗୁଣ ନୁହେଁ

ପ୍ରେମ ଏମିତି ଏକ କୁହୁକ

କେତେବେଳେ ସୁନୀଳ ଆକାଶ

କେତେବେଳେ ରୂପାଜହ୍ନ

କେତେବେଳେ ତାହା ସଞ୍ଜ ପୁଣି କେବେ ସକାଳ

ନିଜ ପ୍ରତିଛବି ତୁମରି ଆଖିରେ

କେତେଥର ମୁଁ ଦେଖିଛି

ସେଇ ଛବି ଭିତରେ ନିଜର ଅସ୍ତିତ୍ବ ପାଇଛି

ପ୍ରେମ ଏକ ଏମିତି ଦୀପଶିଖା

କାହା ଜୀବନରେ ଆଣେ ଆଲୋକର ସୁଖ

କାହା ପାଇଁ ପୁଣି ଘୋର ଅନ୍ଧକାର

ପ୍ରେମ ଏକ ଏମିତି ମଧୁ

କାହାପାଇଁ ସେତ ଫରୁଆ ର ମୋତି

କାହାପାଇଁ ଅପବାଦ ଓ ଅଭିଶାପ

କାହାପାଇଁ ସାଜେ ବିଷ

ପୁଣି କାହାପାଇଁ ଅମୀଅ

ପ୍ରେମ ଏକ ଅନୁଭବ

ଅସରନ୍ତି ପାଠ

ଯାହାକୁ ଆଜିଯାଏଁ ବୁଝିବା ବି କଷ୍ଟ।


Rate this content
Log in