ବର୍ଷା
ବର୍ଷା
1 min
236
ବର୍ଷା ଗୋଟେ ସରଳ ଗାଉଁଲୀ ଝିଅ
ଭାରି ସରଳ ତା ମନ
ଆଉ ତା ହୃଦୟ ।
ସେ ବର୍ଷି ଯାଏ
ପ୍ରତି ଶ୍ରାବଣରେ
ନିଜକୁ ନିଜେ ତିଳ ତିଳ କରି
ମାଟିରେ ମିଳେଇ ଦିଏ
ବେଲଗାମ ବରଷି ଯାଏ ।
ଆଖିର ସ୍ବପ୍ନ
ଆଉ ହୃଦୟର ଆଶାକୁ ପୂରଣ
କରିବା ଯାଏଁ
ସେ ବରଷେ ।
ନିଜକୁ ମାଟିରେ ମିଳେଇ ଦିଏ
ଆଉ ନିଜକୁ ନିଜେ ଖୋଜୁ ଥାଏ ।
