ଅଗାଡ଼ି : ୨୫.୨.୧୮.
ଅଗାଡ଼ି : ୨୫.୨.୧୮.
1 min
155
ପ୍ରୀତି ପ୍ରଣୟର ରେଣୁ ବୁଣିହେଲେ
କିଏ ବା ଚିହ୍ନଇ କାହାକୁ?
ଛୁଇଁଦେଲେ ଆଖି ବୁଜି ହୋଇଯାଏ,
ଆଶା ରହେ ସୁଦୁ ସାହାକୁ ।
ଆଶାକୁ ପାଏନା ଲଙ୍ଗଳ-ଦଉଡ଼ି,
ଭାଷା ମାନେ ନାହିଁ ବନ୍ଧ
ଦେଖି ପାରେନା ସେ ଆଗ ଜାଲ ସୂତା,
ବୁଝି ପାରେନା ସେ ଛନ୍ଦ ।
କେଉଁ ଆଲୁଅର ଛାଇ ଯେ ନଥାଏ,
କେଉଁ ଅନ୍ଧାରର ଚିତ୍ର?
କେଉଁ ବୃତ୍ତର ବଳୟ ନଥାଏ,
କେଉଁ ପରିଧିର କ୍ଷେତ୍ର?
କେଉଁ ଆଶା କେବେ ଶେଷ ହୁଏ ନାହିଁ -
ମନ ପୁରେ ନାହିଁ ତହିଁକି ?
ପ୍ରେମ କି ପ୍ରଳୟେ ବାସ୍ନା ନଥାଏ,
ଦେହ ଧରାଦିଏ କାହିଁକି ?