Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Baral

Others

3  

Sonali Baral

Others

ଆଉ କାହିଁ ମାମୁଁଘର,ମାମୁଁଘର ଲାଗୁନି

ଆଉ କାହିଁ ମାମୁଁଘର,ମାମୁଁଘର ଲାଗୁନି

1 min
26


ମାମୁଁଘରେ ଚମ ଧୁଡୁ ଧୁଡୁ ଧଳୀ ଗାଈଟା ଅଛି ଯେ

ହେଲେ ଆଉ ସେ ଗାଈ ଗୋଠ ନାହିଁ 

କି ନାହିଁ ସେ ଗାଈ ଆଳର ଗୋଲ ଟୋପି

ଏଵେତ ମାଳ ମାଳ କ୍ରଣ୍ଟାକ୍ଟର, ଲାଲ ବାହିନୀ

ବାସ୍ ଏତିକି! 

ଆଉ କାହିଁ ମାମୁଁଘର,ମାମୁଁଘର ଲାଗୁନି। 


ନା ସେ ଖରାଛୁଟି ଅଛି, 

ନା ମାମୁଁଙ୍କ ସେ ନାଲି ଆଖି

ମାଉସୀ ତ ମାମୁଁଘର କୁଣିଆ ହେଇ ଗଲେଣି

ବାସ୍ ଏତିକି! 

ଆଉ କାହିଁ ମାମୁଁଘର, ମାମୁଁଘର ଲାଗୁନି। 


ସେ ଦିନର ଖରାବେଳ, ପତାଖେଳ,

କବାଡ଼ି ଆଉ ବୋହୁଚୋରି ସ୍ମୃତି ହେଇଗଲାଣି 

କ୍ଷିରୋଦ ଘର ଆମ୍ବ ଆଉ ବରକୋଳି

ଟମ୍,ରୋନାଲି, ସୋରେନ୍ ରୋସ୍ନି ଏମାନଙ୍କୁ କାଇଁ କେବେଠୁଁ ଦେଖିନି

ବାସ୍ ଏତିକି! 

ଆଉ କାହିଁ ମାମୁଁଘର, ମାମୁଁଘର ଲାଗୁନି।


ନାହିଁ ଆଉ ସେ ଖଞ୍ଜାଚାଳ ଘର 

ମାର୍ବଲର ଚକ୍ ଚକ୍ ଚଟ୍ଟାଣରେ ସେ ବାସ୍ନା ମିଳୁନି 

ଏବେ ମାମୁଁ ଘରେ ଖାଲି ସିଂଥେଟିକ୍ ଭଲପାଇବା 

ଆଉ ଅଜା ଆଈ ଯିବାର ବି ୧୦ ବର୍ଷ ହେଲାଣି

ବାସ୍ ଏତିକି! 

ଆଉ କାହିଁ ମାମୁଁଘର, ମାମୁଁଘର ଲାଗୁନି। 


ସତରେ ବସରେ ବୋଉ ସହ ଯିବାର ମଜା ତମ ବୁଲ୍ଲେଟ୍ ରେ ନାହିଁ ହୋ! 

ତାଙ୍କ ଆଟୁର ମାଟି ସଵୁ ଖତେଇ ହେଲେଣି

ଏବେତ ଛ, ଛଅ ଟା ମାମୁଁଘର ବି ହେଲାଣି

ବାସ୍ ଏତିକି!

ଆଉ କାହିଁ ମାମୁଁଘର, ମାମୁଁଘର ଲାଗୁନି। 


ସଂଧ୍ୟା ବେଳର ଝିଲି ଦେଇ ସହ ପ୍ରାର୍ଥନା

ଟିଭି ଘରେ ପଖାଳ ଖାଇବାର ମଜା

ଅମରି ବାଡ଼ି ର ସେ ବଇଁଚ କୋଳି

ସମସ୍ତେ ଯେମିତି ଅଜାଙ୍କ ସହ ବିଦାୟ ନେଇସାରିଲେଣି

ବାସ୍ ଏତିକି! ଆଉ କାହିଁ ମାମୁଁଘର, ମାମୁଁଘର ଲାଗୁନି। 


ମୋର ଭାଇ 'ସିତୁ ଭାଇ' ଡାକଟା ନରମି ଗଲାଣି 

କେତ କେତେ ନୂଆ ଭାଉଜ ବି ଆସିଲେଣି

ସୀମା ବି କେତେ ଟିକ ଟକ୍ ଷ୍ଟାର ବନେଇଲାଣି

ହେଲେ ଅଜାଙ୍କ ସେ ବୁବୁ ଡାକଟା ଆଜି ବି ଭୁଲି ହଉନି

ବାସ୍ ଏତିକି! 

ଆଉ କାହିଁ ମାମୁଁଘର, ମାମୁଁଘର ଲାଗୁନି। 

 

କାଠିଆ ଆଉ ଧାନ ନେଇ ଚେନାଚୁର ଦେଉନି

ଅକ୍ଷୟ ସାର୍ ତ ସ୍କୁଲରୁ ଅବସର ନେଲେଣି

ସ୍କୁଲ ଘର ସବୁ ଏବେ ଟାଇଲ୍ ହେଇଗଲାଣି 

ବିଦୁଅପାଙ୍କ ଅଙ୍ଗନବାଡିରେ ଗୁଡ ବି ଆଉ ମିଳୁନି

ବାସ୍ ଏତିକି!

‌ଆଉ କାହିଁ ମାମୁଁଘର, ମାମୁଁଘର ଲାଗୁନି ।


Rate this content
Log in