STORYMIRROR

Subhashree Sucharita Indurekha Nayak

Others

3  

Subhashree Sucharita Indurekha Nayak

Others

ଆଶାର ଅଦ୍ଭ୍ୟୁଦୟ

ଆଶାର ଅଦ୍ଭ୍ୟୁଦୟ

1 min
54

ପ୍ରତୀକ୍ଷିତ ପ୍ରତ୍ୟୁଷର

ଏକ ପ୍ରାଚୀ ବାଳଭାନୁକୁ,

ଯେବେ

ପ୍ରେମପୁଷ୍ପ ତା ପ୍ରତିଟି ପାଖୁଡାରେ

ପ୍ରତ୍ୟୟର ରଙ୍ଗ ଲେପିଥିବ,

ପ୍ରଣୟର ବାସ ବିତରୁଥିବ,

ସ୍ୱପ୍ନମାନ ମନପଞ୍ଜୁରି

ଖୋଲି ମୁକ୍ତ ବିହଙ୍ଗ ସମ

ଉନ୍ମୁକ୍ତ ଆକାଶେ ପକ୍ଷ ଝାଡି ଝାଡି

ଲକ୍ଷ୍ୟସ୍ଥଳାଭିମୁଖି ହେବେ,

ଆଉ ସେହି ସ୍ୱପ୍ନର ସଫଳିକରଣର

କିଚିରି ମିଚିରି ମଧୁର ମୂର୍ଚ୍ଛନାରେ

ଝୁମି ଯିବ ଏଇ ମନ,

ଆତ୍ମା ହେବ ମଧୁରତାରେ ତଲ୍ଲୀନ୍ନ,

ପୁଣି ଥରେ ହସିଉଠିବ

ଏ ଅସଜଡା ଜୀବନ ଉପବନ,

ପୂର୍ଣ୍ଣ ହୁଅନ୍ତା ଏ ଶୁନ୍ୟ ହୃଦୟ,

ଶଙ୍କିତ ଚିତ୍ତ ପାଇ ଯାଆନ୍ତା ଅଭୟ,

ଅଥୟମନ ହୁଅନ୍ତା ଥୟ,

ମୃତ ଆଶା ଶରୀରେ କିଏ ସିଞ୍ଚିଦିଅନ୍ତା ଅମିୟ,

ଆଉ ନୂତନ ଅରୁଣିମା ସହ 

ହୁଅନ୍ତା ପୁଣି ଏକ

"ଆଶାର ଅଦ୍ଭ୍ୟୁଦୟ" ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍