STORYMIRROR

Subhashree Sucharita Indurekha Nayak

Others

3  

Subhashree Sucharita Indurekha Nayak

Others

ଆମେ କିନ୍ତୁ ସ୍ଵାଧୀନ

ଆମେ କିନ୍ତୁ ସ୍ଵାଧୀନ

1 min
74

ରାସନ୍ ବଣ୍ଟାହୁଏ ଏଠି ଭିକାରିର

ଥାଳ ଶୂନ୍ୟ

ଦାଦନ ଖଟିବାକୁ

ପ୍ରବାସକୁ ଯାଏ ଦୀନ

ଆମେ କିନ୍ତୁ ସ୍ୱାଧିନ ।

ବର୍ଷ ପରେ ବର୍ଷ ବିତି ଯାଏ

ପ୍ରିିିୟଙ୍କା ନ୍ୟାୟ ପାଇଲେ ଇତିଶ୍ରୀ ପାଏନି

କେଉଁଁଠି ପୁଣି 

ଆତ୍ମୀୟଙ୍କ ପ୍ରତିଶୋଧ ପୂର୍ଣ୍ଣ

ବିକଳ ରୋଦନ

ଏ ତ ନିତି ଦିନିଆ ଖବର

"କୋଉଠି କଣ ଗୋଟେ ହେଇଛି ଧର୍ଷଣ"

ଏଠି ଆମେ କିନ୍ତୁ ସ୍ୱାଧିନ 

ଚିହ୍ନା ବ୍ରାହ୍ମଣର ପଇତା ଲୋଡା ହୁଏନି ଏଠି

ଯାର ଯେତେ ଆଡେ ହାତ ସେତେ ଲାଭ 

କେବେ ନରହନ୍ତା ନିରପରାଧ

ତ କିଏ ମଶାମାରି ...

ଦାଣ୍ଡ ପାଏ ଭୋଗେ କଷଣ

ଆମେ କିନ୍ତୁ ସ୍ୱାଧିନ 

କେବେ ଲିଙ୍ଗଗତ ପ୍ରଭେଦତା

ଆଉ କେବେ ପୁଣି ସ୍ଥାନସଂରକ୍ଷଣ

ନିଯୁକ୍ତିି ନିଅଣ୍ଟକୁ

କିଏ ଟେବୁଲ ତଳେ ଲାଞ୍ଚମାଗେ 

ମେଧାବୀ ଛାତ୍ରର ଆତ୍ମହତ୍ୟା

ବିଳପି ଉଠେ ଜୀର୍ଣ୍ଣ ଜୀବନ

ଆମେ କିନ୍ତୁ ସ୍ଵାଧୀନ

ଦୁର୍ନୀତିର ନିରବ ଦ୍ରଷ୍ଟା

ବିରାଡି ବୈଷ୍ଣବ ଦେଶଭକ୍ତ

whatsapp status

ଓ face book story ରେ

କରୁ ନାଗରିକ କର୍ତ୍ତବ୍ୟର ପାଳନ

ଦେଶପ୍ରେମ ଜନ୍ମନିଏ

ବର୍ଷରେ ୨ ଦିନ

ଆଉ ମନେପଡିଯାଏ

ଆରେ ହଁ....

ଆମେ ସ୍ୱାଧିନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍