Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Children Stories

4  

Panchanan Jena

Children Stories

ଆମ ଗାଆଁକୁ ଶୀତ ଆସିଛି

ଆମ ଗାଆଁକୁ ଶୀତ ଆସିଛି

1 min
236



ଶୀତ ମାଉସୀର କୋଳରେ ବସି

ଆମ ଗାଆଁକୁ ଶୀତ ଆସିଛି

ଆମ୍ବ ବଉଳକୁ ଗଭାରେ ଖୋସି

ଆମ ଗାଆଁକୁ ଶୀତ ଆସିଛି

ଝୁଲରେ ଝୁଲ୍‌ ନାଚି ଗୀତ ଗାଉଛି 

ଆମ ଗାଆଁକୁ ଶୀତ ଆସିଛି ।


ଘନ କୁହୁଡିର ପତଳା ବଳୟ

ମାଡି ଆସୁଅଛି ଘେରି ଉତ୍ତରୀୟ

ଧୂମ କୁଣ୍ଡଳୀରେ ମାରୁଛି ହାଇ

ଛୋଟ ମୋ ଗାଁଟି ପଡିଛି ଶୋଇ

ପୌଷ ମାସିଆ କୁଆଁରୀ ଶୀତ

ଚାଦର ଘୋଡେଇ ମିତ ବସିଛି

ଆମ ଗାଆଁକୁ ଶୀତ ଆସିଛି ।


ସୁନା ଧାନକ୍ଷେତ ଖେଳେ ଲୁଚକାଳି

ଉତ୍ତରା ପବନ ସହ ଭଲ୍ଲସି ଭତ୍ତାଳି

କୃଷକ ବାପୁଡ଼ା ରାତିରେ ଜଗିଛି

ଶୀତ କାକର ସାଥେ ହାତ ମିଶେଇଛି

ହାଡୁଆ ଦେହରେ ଅସରନ୍ତି ବୋଝ

ଭାବିଲେ ଦାୟିତ୍ଵ ଓଜନିଆ ମଗଜ 

ନୀରବରେ ଧାନ କାଟି ଗୀତ ଗାଉଛି

ଅନ୍ନଦାତାର ଜୀବନ ସଂଗୀତ କହୁଛି

ଆମ ଗାଆଁକୁ ଶୀତ ଆସିଛି ।


ଶୀତ ମାଉସୀ ପଠେଇଛି ଦିବାକରେ

ଆଉଁଷି ଦେଉଛି ନିତି ସ୍ନେହ ସମ୍ଭାରେ

ଶୀତ ସିନା ଥରାଏ ପଉଷ-ମାଘ

ଜଗତ କେଦାରେ ଭରେ ଶସ୍ୟ ସ୍ୱର୍ଣ୍ଣାଭ

ଛୋଟ ମୋର ଗାଁ ବଗଦା ତା' ନାମ

ସକାଳୁ ସଞ୍ଜ ଚଳଚଞ୍ଚଳ ଜୀବନ ତମାମ

ଦୂରରେ ରହି ନିଆଁପୁଆଁ ବସି ଭାବୁଛି

ଆମ ଗାଆଁକୁ ଶୀତ ଆସିଛି ।


Rate this content
Log in