STORYMIRROR

Itishree Padhi

Others

3  

Itishree Padhi

Others

ଆହେ ଲୀଳାମୟ

ଆହେ ଲୀଳାମୟ

1 min
78


ଆହେ ଲୀଳାମୟ ତୁହି,ଲୀଳାରେ ତୋହର

ଧନ୍ୟହେଲି ପ୍ରଭୁ ଦେଖି କରୁଣାକୁ ତୋର।


ବିଚିତ୍ର ପରା ତୋ ମାୟାର ସଂସାର

ତୁହି ପରା ଅଟୁ ଜଗା ବଡ଼ ନାଟ୍ୟକାର।


ଅନେଇ ବସିଛନ୍ତି କେତେ ଭକ୍ତ ଦର୍ଶନକୁ ତୋର

ତୁହି ପରା ଅଟୁ ବନ୍ଧୁ ସଖା ସବୁ ଭକତର।


ଦେଖିବି ତୋତେରେ ବୋଲି ରଥର ଉପର

କେବେଠୁ ଆଖି ମୋ ହୁଏ ଯେ ଆତୁର।


ଶେଷ ହେବାକୁ ଯାଉଛି କେତେଦିନ ଅପେକ୍ଷାର

ସବୁ ଜାଣଇ ଜଗା ତୋ କରୁଣା ଯେ ଅପାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍