ଆଏବୁ ପୁତା ନୂଆଁଖାଇ
ଆଏବୁ ପୁତା ନୂଆଁଖାଇ
ଚନ୍ଦ୍ରାବତୀ ପାଣ୍ଡେ
ତୁଇ ଆଉଛୁ କାଏଁରେ କହତ୍ ପୁତା
ଯୁଗିଛେଁ ମୁଇଁ ତର୍ ବାଟ୍
ଗହ ଗହ ମନେ ନୂଆଁଖାଏମା
ଘିନି ରଖିଛେ ହାଟବାଟ୍ !
ତୁଇ ଆଏଲେ ପିତୁର୍ କନେ ମୋର
ଦେବୁ ଚଉଲ୍ ମୁଠେ ବନ୍ଦେଇ
ନୂଆଁଖାଇ ଦିନେ ଦେବତା କନେ
ଦେବୁ ନୂଆଁକୁଣା ଲଗେଇ !
ଯଉଛେ ଫୁଟି ଇ ଯୁଡା ଆଏଁଖ
ଦେଖମି ଛନେ ତତେ
ଚୀରା ପନତେ ତୋର ମୁହୁଁକେ ପୁଛି
ସୁଆଁଲି ଆନତି ସତେ !
ନାତି ନାତେନ କେ ପେଟଲେଇ ଧରତି
ଇ କୁଲେ ଖାକେ ମୋର
ଛନେ କର ଲାଗି ଘର୍ ଯାଏତା ପୁରି
କରୁଛୁ କି ନାଇଁ ସୋର୍ ?
ନାଇଁ ମାଗେ ତତେ ସେବା ଶାସନ ପୁତା
ତତେ କାଏଁ ଯେ ଦୁଃଖ ଦେମି
ବଅଁଚି ଥିବାର ପତେ ତର ଭଲ ଲାଗି
ଉପାସବଲା କରୁଥିମି !
ଜନମ୍ ଦେଲି ବଲି ହଁକ୍ ଜତାମି କାଏଁ ?
ତର୍ ଉପରେ ଜହ୍ ଜହ୍
ରଜାର ହାତି ପରେ ବନସ୍ତେ ଥିଲେ ବି
ରଜା ହେସି ଗହ ଗହ !
ନାଇଁ ରହେବୁ ପଛେ କେଭେରେ ପୁତା
ଆଏବୁ ଦିନେ ନୂଆଁଖାଇ
ବଛରକ୍ ଥରେ ଉଷତର୍ ମନେ ଯିବୁ
ନୂଆଁ ଅରନ୍ ମୁଠେ ପାଇ !
ନୂଆଁଖାଇ ଦିନେ ଗହକି ମନେ
ଫୁଲ ପରସାଦ୍ ଚଢାଲେ
କେଭେ ନାଇଁ ରହେ ଅରନ୍ କଷନ୍
ଦେବାଦେବୀ ସନ୍ତୁଷ ହେଲେ !
ଦିନକର୍ ଲାଗି ଆ ଫିରି ଆ
ତୋର୍ ଇ ମାଏଟ୍ ମହୁଲକେ
ବଛରକର୍ ତିହାର୍ ନାଇଁ ଭୁଲ ପୁତା
ଟାକିଛେଁ ମୁଇଁ ତର ବାଟକେ !
ମେଣ୍ଡା , ସୁବର୍ଣ୍ଣପୁର !