STORYMIRROR

Chandrabati Pandey

Others

3  

Chandrabati Pandey

Others

ହେ ଗଙ୍ଗାଧର

ହେ ଗଙ୍ଗାଧର

1 min
627


ଅନ୍ଧାର ଘରକେ ଉକିଆଁ କରି

ଆଏଲ୍ ତୁମେ ଚାଲି

ହଁସି ଖୁସିନେ ଘର୍ ପୁରି ଗଲା

ଗଙ୍ଗାଧର ଗଙ୍ଗାଧର ବଲି !

ଦୁଃଖ ଦାଦରେ ବେଳ ଟଲିଗଲା

ମଙ୍ଗାହେଲା ସଖା ତୁମର

ସବୁ ଦୁଃଖକେ ପଛକେ ପକେଇ

ବନାଲ ସଡକ୍ ସୁତର !

ଯେନ୍ ସଡକ୍ କେ ବନେଇ ଥିଲ

ଦୁନିଆଁ ଦୁଆରର୍ ବାଟେ

କେଭେ ନାଇଁ ସରେ ସେ ବାଟଟା

ଚାଲୁଛେ ସାହିତ୍ୟ ଘାଟେ !

ମନକେ ତୁମର ଉଚା କରି କରି

ଆଗକେ ଆଗକେ ଗଲ

ଲେଖି କରି କେତେ କାବ୍ୟ କବିତା

ଟେକଟାନ୍ ରଖିଗଲ !

କେତେ ଦିନୁ ତୁମେ ଛାଡିଗଲ ମାଏଟ୍

ଆଏଲ୍ ନାଇଁ ଘାଏ ଫିରି

ଆଏତ ବଏଲେ ବନେ ହେତା

ଫେର ସବୁ ଯାଏତା ଭରି !

ଚନ୍ଦ୍ରାବତୀ ପାଣ୍ତେ

ମେଣ୍ତା , ସୁବର୍ଣ୍ଣପୁର !


Rate this content
Log in