STORYMIRROR

banasmita nayak

Others

4  

banasmita nayak

Others

ଆବୁ

ଆବୁ

2 mins
248

ସବୁ କଥାରେ ସମୟ ,ବାର, ତିଥି , ନକ୍ଷତ୍ର କୁ 

ଗଣନା କରି ସ୍ମୃତି କୁ ସାଉଁଟି ହୁଏନି .

ତଥାପି ସେଦିନ ବୋଧେ ,

ସକାଳ ଟିକେ ଟିକେ ବୁଢା ହୋଇ ଆସୁଥିଲା 


ମୁ ଅଚାନକ ଭେଟିଲି ଜଣେ କବିକୁ 

ଜଣେ ପ୍ରେମିକକୁ ,

ହାତରେ ଧରିଥିଲା ତା ଭବିଷ୍ୟତର ପନ୍ଥା କୁ 

ଛାତିରେ ଜାବୁଡି ଧରିଥିଲା ଏକ କବିତା ବହି କୁ 

ମନ ଓ ମସ୍ତିସ୍କ ଭିତରେ ସେ ଯେମିତି 

ଟିକେ ଲାଗୁଥିଲା ଅନ୍ୟ ମନସ୍କ 


ଯାହାକୁ ପଢିଲେ ବୁଝିଲେ ସେ ପାଇପାରିବ ନିଯୁକ୍ତି 

ବୁଢା ବାପର କୋରଡପଶା ଆଖିକୁ ଦେଇ ପାରିବ 

ଏ ବ୍ୟକ୍ତ ହୀନ ଶାନ୍ତି 

ମାଆ କୁ ଚିକିତ୍ସା କରି ବାହାର କରି ପାରିବ 

କାହିଁ କେତେଦିନରୁ ତା ପିଠିରେ ବଢି ଆସୁଥିବା ଆବୁ .


କି କଷ୍ଟ...

ବାପାଙ୍କ ଡହ ଡହ ଖରାରେ ,ମାଟିହାଣିବାର ଦୃଶ୍ୟ 

ନିଜର ସୁଖ ସବୁକୁ ତ ସେ ଧାରୁଆ କୋଦଳାରେ 

ହାଣି ଚାଲିଛନ୍ତି ଅହରହ ...

କାହିଁକି କେଜାଣି 

ବୋଉ ପିଠିରୁ ଆବୁ କୁ ଦୂର କରିବାକୁ 

ନା ଗଢିବାକୁ ପୁଅର ଭବିଷ୍ୟତ 


ଓଃ.. କି କଷ୍ଟ ସତରେ 

ହଟାତ ଛାତିରେ ଧରିଥିବା 

କବିତା ବହିରୁ ଦୁଇ ତିନିଟା କବିତା 

ଏକ ନିଶ୍ୱାସେ ପଢିଯାଉଥିଲା କବି 


କଣ କେଜାଣି ଗୁଣୁ ଗୁଣୁ ହଉଥିଲା 

ଯାହା ଅସ୍ପଷ୍ଟ ଭାବେ ମିଳେଇଯାଉଥିଲା 

ପବନରେ ବାସ୍ନା ପରି କିଛି ମହକୁ ଥିଲା ମାଟିରେ 


ବଡ ଅଫିସ ରେ ଛୋଟ ଚାକିରିର ବେତନରେ 

ଲିଭିଯାଇଥିଲା ବୋଉ ପିଠିର ଆବୁ .

ବାପାଙ୍କ ଛାତିରେ ପଟୁପଡିଯାଇଥିବା ଦୁଃଖ 

କ୍ରମଶଃ ବହଳିଆ ହେଇ ବୋଧେ ଦେହର 

କୋଉ କୋଣରେ ଜାଗା ମାଡିବାରେ ବ୍ୟସ୍ତ .


ପୁଣି କଣ କେଜାଣି ସବୁ ଲେଖି ଯାଉଥିଲା କବି 

ନେସି ଘଷି ହେଇଯାଉଥିଲା ,

କେବେ ମାଟିରେ ,କେବେ ଆକାଶରେ 

କେତେବେଳେ ଶାନ୍ତ ପୁଣି  

କେତେବେଳେ ଜଳିଉଠୁଥିଲା ଆଖି !

ଏ ପୁଣି କବି ର କି ଅବତାର 


ତମାମ ଘାସର ଗାଲିଚା ସେଠି ବିଛେଇ ହେଇ ପଡିଥିଲା 

କୁହୁଡିର ମୁକ୍ତା ନୁହେଁ ,କବି ଛାତିର ଯନ୍ତ୍ରଣା ରୁ କିଛି 

ସବୁ ତ ଅନୁମାନ କରି ହଉନଥିଲା ତଥାପି ବୋଧେ 

କବି ପ୍ରେମରେ ପଡିଛି ,ଯାହା ଆବୁ(ପ୍ରେମ) ପରି ତା ପିଠିରେ ବଢ଼ୁଛି


ବିରହର ଯନ୍ତ୍ରଣାରେ ଦିନକୁ ଦିନ ଆବୁର ଆକାର ବଢୁଛି 

ପ୍ରେମକୁ ବାଦଦେଇ କେବେ କଣ କବି ବଞ୍ଚିଛି.

ବରଂ ଆବୁକୁ ଦେହର ସୁନ୍ଦରତା ଭାବି 

ବର୍ଷ ବର୍ଷ କବି ତାକୁ ବୋହି ଚାଲିଛି .


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from banasmita nayak

ଆବୁ

ଆବୁ

2 mins ପଢ଼ନ୍ତୁ

କ୍ଷତ

କ୍ଷତ

1 min ପଢ଼ନ୍ତୁ