STORYMIRROR

banasmita nayak

Others

5.0  

banasmita nayak

Others

କ୍ଷତ

କ୍ଷତ

1 min
1.1K



ତମେ !

କାଲି ଥିଲ ମୋ ଦୁର୍ବଳ ମୁହୂର୍ତ୍ତର ଦୁର୍ବଳତା

ହେଲେ ଆଜି ତମେ କ୍ଷତ

ମୋ ମନର କି ଦେହର ମୁଁ ଜାଣେ ନା ??


ଜାଣିଲେ କ'ଣ ହେବ

ଯେଉଁଠି ସେ କ୍ଷତକୁ

ମୁଁ ଭୁଲିବାକୁ ଚାହେଁନା

ବରଂ ପ୍ରତିଦିନ ତାକୁ

ବଡ କରିବାକୁ ଚାହେଁ

ସେଥିପାଇଁ କ୍ଷତକୁ ଉଖାରେ

ମୋ ନିର୍ଜନତାରେ

ତାକୁ ପ୍ରହାର କରେ

ମୋ ଏକଲା ପଣରେ


କାହିଁକି ପଚାରୁନ...??


ଆଜିକାଲି ସେ କ୍ଷତରୁ ରକ୍ତ ନ ଝରିଲେ

ମୋ ବୟସ ବଢେନା

ଆୟୁଷ ଅଟକି ଯାଏ ଗୋଟେ ବିନ୍ଦୁରେ

ମୁଁ ସ୍ତିର..ନିର୍ବିକାର ପାଲଟି ଯାଏ


ବୟସ ବଢିବା ଦରକାର

ନ ହେଲେ ମୁଁ ମରିବି କେମିତି

ଆଉ ନ ମରିଲେ ପୁଣି ଥରେ

ତୁମକୁ ପାଇବି କେମିତି .....???


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from banasmita nayak

ଆବୁ

ଆବୁ

2 mins ପଢ଼ନ୍ତୁ

କ୍ଷତ

କ୍ଷତ

1 min ପଢ଼ନ୍ତୁ