ମଣିଷ ବାପା ସିପୁନ ମଶାରୀ ପିଲବେଳର ସ୍ମୁତି ଭିତରେ କେବେ କେବେ ଛନକା ଟିଏ ବି ଥଏ!ହଁ ଛନକା.... ସେ ବନ୍ଚିଛି!କେଜାଣି! ଭୁଲି ଗଲାଣି ସେ କେମିତି ବନ୍ଚନ୍ତି! କାହାକୁ ବା ପଚାରିବ! ଯଦି ଦୁଇ ବଖତ ଖାଇ ଦୁଇ ମୁନ୍ଦା ପିଇ ପଡି ରହିବାଟା ବଂଚିବା ତା ହେଲେ ହଁ! କୋଣାର୍କର ଭଗ୍ନ ମୁଖଶାଳା ପରି ସବୁ ଘଟଣା ଦୁର୍ଘଟଣା ଅନ୍ୟାୟ ଶୋଷଣ ଓ ଚକ୍ରାନ୍ତର ମୁକ ସାକ୍ଷୀ ହେବା ଯଦି ବଂଚିବା ତାହା ହେଲେ ହଁ! ହଉ ତୁମେ ଏଇଠି ରହିବ | ମାସକୁ ଭଡା ତିନି ହଜାର ଇଲେକ୍ଟ୍ରିବିଲ ତୁମେ ଦବ | ସାଙ୍ଗ ସାଥି ଆଣିବେନି ଝିଅ ଧନ୍ଦା କରିବନି | ଆମେ ବ୍ରହ୍ମଣ ଲୋକ ଛାତ ଉପରେ ମନ୍ଦିର ଅଛି | ବିଧର୍ମୀ ଲୋକଙ୍କୁ ଆଣିବେନି | ସବୁ କଥାରେ ହଁ ଭରିଲା ରାଜେଶ |

Odia ହଁ Stories