Sasmita Choudhury
Literary Captain
AUTHOR OF THE YEAR 2019 - NOMINEE

98
Posts
83
Followers
2
Following

I'm Sasmita and I love to read StoryMirror contents.

Share with friends
Earned badges
See all

ଜୀବନ ଦୌଡ ସ୍ଥିରୀକୃତ ଯେଉଁ ଉଦ୍ଦେଶ୍ୟ ସାଧନ ପାଇଁ, ସେଇ ଲକ୍ଷ୍ୟ ପୂର୍ତ୍ତି ପାଇଁ ଏ ମଣିଷ ଅବିରତ ଧାଉଁଥାଇ। ****************** (ସସ୍ମିତା ଚୌଧୁରୀ) ଭୁବନେଶ୍ବର ତା1/2/2020

ଇଚ୍ଛା ତ ଅନେକ ହୃଦୟରେ ମୋର ଶୁଣ ପ୍ରଭୁ ଜଗନ୍ନାଥ ସଂସାରରେ କେହି ନରହୁ ଦୁର୍ବଳ, ନହେଉ କେହି ଉତ୍ପାତ। ଲୋପ ପାଇଯାଉ କର୍କଟ ଆଉ ଏଡ୍ସ ଭଳି ମହାମାରୀ ମୈତ୍ରୀ ପ୍ରୀତିରେ, ଶାନ୍ତି, ତୃପ୍ତିରେ ଏ ସଂସାର ଉଠୁ ପୂରି। **************************************** #ସସ୍ମିତା ଚୌଧୁରୀ ତା31/12/2019

କି ଲାଭ ମିଳିବ ଧନସମ୍ପତ୍ତିରୁ ଶରୀର ଯଦି ଅସୁସ୍ଥ, ସୁସ୍ଥ ବ୍ଯକ୍ତି ଦେଖେ ସୁନେଲୀ ସ୍ବପ୍ନ ଅସୁସ୍ଥ ପାଇଁ ଯା ତୁଚ୍ଛ। **************** #ସସ୍ମିତା ଚୌଧୁରୀ ତା30/12/2019

ଜୀବନ ସହିତ ଜନ୍ମ ବେଦୀରୁ ଶେଷ ନିଃଶ୍ବାସ ଯାଏ, ପ୍ରତି କ୍ଷଣେ ଅବା ପ୍ରତି ମୁହୂର୍ତ୍ତରେ ଜଡିତ ଯା' ରହିଥାଏ, ଅଟଇ ସାହିତ୍ୟ ସିଏ, ତା'ବିନା ଜୀବନ.. ଉଷର ଧରଣୀ- ମରୁ - ମରୀଚିକାଟିଏ। ******************, #ସସ୍ମିତା ଚୌଧୁରୀ ତା29/12/2019

ଅନୁଭବ ରାଶି ଯେବେ ପାଲଟନ୍ତି ଜୀବନର ଅଭିଜ୍ଞ ଶିକ୍ଷକ, ବଢୁଥିବା ପ୍ରତିଟି ପାଦରେ ପଡେ ଯେବେ ଅତୀତର ଚାପ ସେଠି ସବୁ ଅନୁଭବ ନେଇଯାନ୍ତି ଅନୁଭୂତି ରୂପ। ******************** #ସସ୍ମିତା ଚୌଧୁରୀ ତା 28 /12 /2019

କ୍ରୋଧ ଅଟେ ମାନବର ପରମ ବଇରୀ, ନାଶ କରେ କୋମଳତା ଧୈର୍ଯ୍ୟର ପାଚେରୀ। କ୍ରୋଧ ବେଳେ ନିଅ ନାହିଁ କୌଣସି ନିଷ୍ପତ୍ତି, କ୍ରୋଧ ହିଁ ତ ଟାଣିଦିଏ ସଂପର୍କରେ "ଇତି"। ***************** #ସସ୍ମିତା ଚୌଧୁରୀ ତା 28/12 /2019

ତ୍ଯାଗ କରି ଯେତେ ଖରାପ ଅଭ୍ୟାସ ବିବେକର ବୋଲ ମାନ ଖରାପ ଅଭ୍ୟାସ ପତନକୁ ଡାକେ ବେଳ ଥାଉ ସାବଧାନ। ******************* #ସସ୍ମିତା ଚୌଧୁରୀ ତା 26/12/2019

ନର, ପଶୁପକ୍ଷୀ, କୀଟ ପତଙ୍ଗ ବା ସଭିଏଁ ଭୟ ର ଅଧୀନ, ଆପଣାର ସ୍ଥିତି ସଙ୍କଟେ ପଡିଲେ ଭୟ ଖାଇଯାଏ ଜୀବନ। ******************** #ସସ୍ମିତା ଚୌଧୁରୀ ତା25/12 /2019

ବାରମ୍ବାର ପଡି ଉଠି ଚାଲୁଥାଏ ଶିଶୁର ପ୍ରୟାସ ତଥାପି ରହଇ ଜାରି, ସଫଳ ହେବାକୁ ଚାହୁଁ ଥାଅ ଯେବେ ବିଫଳକୁ ମଣ ନିଜର ଶିକ୍ଷକ ପରି। *************************** #ସସ୍ମିତା ଚୌଧୁରୀ ତା 24/12/2019


Feed

Library

Write

Notification
Profile