ଅନିଲ କୁମାର ଲେଙ୍କା
Literary Brigadier
AUTHOR OF THE YEAR 2021 - NOMINEE

204
Posts
0
Followers
0
Following

ଜଣେ ସାହିତ୍ୟ ପ୍ରେମୀ ପାଠକ ତଥା ସାଧକ। ସରକାରୀ ଚାକିରିର ବ୍ୟସ୍ତତା ସତ୍ତ୍ୱେ ସାହିତ୍ୟ ପ୍ରତି ଅହେତୁକ ଦୁର୍ବଳତା ବସତଃ ସମୟ ବାହାର କରି ଲେଖାଲେଖି କରେ। ବିଭିନ୍ନ ଶୈଳୀରେ କବିତା ଉପସ୍ଥାପନ କରିବାରେ ଆନନ୍ଦ ପାଏ। ଗପ/ କାହାଣୀ ଲେଖିବା ମୋର ଅନ୍ୟତମ ଆଗ୍ରହ କ୍ଷେତ୍ର। ନିଜେ ଲେଖିବା ସହ ଅନ୍ୟ କବି/ଲେଖକଙ୍କର ଗପ/କବିତାକୁ ସମୀକ୍ଷା ମଧ୍ୟ କରିଥାଏ। ସର୍ବୋପରି... Read more

Share with friends

ହୃଦ ଆକାଶଟା ତାରାମୟ ଆଜି ଦେଖା ମିଳେନାହିଁ ଜହ୍ନ, ଭାଗ୍ୟର ଗଗନେ ଅମା ଅନ୍ଧକାର ଆଲୋକ ଲାଗୁଛି ସ୍ବପ୍ନ, ଖାଲି ମୁଁ ଚିନ୍ତାରେ ମଗ୍ନ, ଆଶାସବୁ ଏଠି ଅମାବାସ୍ୟା ସମ ପୂର୍ଣ୍ଣମୀର ନାହିଁ ଚିହ୍ନ ।।

କଷ୍ଟ ସେତେବେଳ ଅଧିକ ଲାଗିଥାଏ ଯେତେବେଳେ ଆପଣା ଲୋକମାନେ ପର ଭଳି ବ୍ୟବହାର କରିଥାନ୍ତି !

# ସ୍ବାର୍ଥପର # ସ୍ବାର୍ଥପର ଏହି ଦୂନିଆ ଦାଣ୍ଡରେ ସ୍ବାର୍ଥରେ ସବୁ ମଣିଷ ସ୍ବାର୍ଥ ସରିଗଲେ ଦେଖା ମିଳେନାହିଁ ବିଶ୍ୱାସେ ଦିଅନ୍ତି ବିଷ ।।

କାହିଁକି ଲୋ ଧନ କରୁ ଅଭିମାନ ସନ୍ଦେହ ଚଷମା ପିନ୍ଧି ପାରିବୁ ଯଦି ତୋ ପ୍ରେମ ବନ୍ଧନରେ ରଖିଦେ ମତେ ତୁ ବାନ୍ଧି ପ୍ରଣୟରେ ତୋ ଦେ ଛନ୍ଦି ଭଲପାଏ ତତେ ଭଲ ପାଉଥିବି ତୋ ସହ କରୁଛି ସନ୍ଧି !

ପ୍ରେମ ବିଶ୍ୱାସର ଉଚ୍ଚ ପରବତ ବିଧାତାଙ୍କ ଭେଟି ଏହି ପ୍ରେମ ନିର୍ଝରୀଣୀ ବହିଥାଏ ସଦା ପ୍ରେମ ବିନା ସୃଷ୍ଟି ନାହିଁ !

ପ୍ରେମର ସାହିତ୍ୟ ପ୍ରେମର ବିଜ୍ଞାନ ସତରେ ଜାଣିଛି ସିଏ ପ୍ରେମ ପାଠ ସିଏ ଭଲରେ ବୁଝିଛି ଭିତରେ ପଶିଛି ଯିଏ !

ପ୍ରେମ ଅଟେ ଅନ୍ଧ ପ୍ରେମ ତ ନିଃସ୍ବାର୍ଥ ପ୍ରେମ ତ ଅକୁହା ଗୀତି ପ୍ରେମ ଅଟେ ଶାନ୍ତି ପ୍ରେମ ପୁଣି ରୀତି ପ୍ରେମ ହି ପରମ ପ୍ରୀତି ।।

ଅଢେଇ ଦିନକୁ ଲଭିଛେ ଜୀବନ ସ୍ବାର୍ଥପର ହେବା କିଆଁ ନିଃସ୍ବାର୍ଥ ଭାବରେ କାମ କରିଥିଲେ ଝୁରିବ ସାରା ଦୂନିଆ ବିଧାତା ହୋଇବେ ସାହା କୃତାର୍ଥ କର୍ମରେ ଜିଣିଲେ ହୃଦୟ ଜୀବନେ ମିଳିବ ରାହା ।।

ସ୍ବାର୍ଥପର ଏହି ଦୁନିଆ ଦାଣ୍ଡରେ ସ୍ବାର୍ଥ ପଛରେ ମଣିଷ କାମ ସରିଗଲେ ଦେଖା ମିଳେନାହିଁ ବିଶ୍ୱାସେ ଦିଅନ୍ତି ବିଷ, ମୁଖା ପିନ୍ଧାଙ୍କ ବେଶ, ପିଅନ୍ତି ନିରୀହ ଜନତା ରକତ ମନୁ ତେଜି ଅବଶୋଷ ।।


Feed

Library

Write

Notification
Profile