Hemanta Kumar Nayak
Literary Colonel
AUTHOR OF THE YEAR 2021 - NOMINEE

44
Posts
2
Followers
1
Following

I'm Hemanta Kumar and I love to read StoryMirror contents.

Share with friends
Earned badges
See all

ତଳେ ମାଟି ଉପରେ ଆକାଶ, ମଝିରେ ମୁଁ ସୁନ୍ଦର ଅବକାଶ ।

ଦୋଷ *********** 🐍 ଦେଖିଛ କି କିଏ କେବେ କେଉଁଠାରେ ସାପର ମୁହଁରେ ହସ, କେଳାର ଖେଳାରେ ତା'ର ଛୁଆ ମେଳେ ଅବା କରୁ ରତି ରାସ, ମୁଖେ ଯେଣୁ ଅଛି ବିଷ... ହସି ପାରନ୍ତିନି ଏମିତି ବି ଅଛି କିଛି ମଣିଷଙ୍କ ଦୋଷ ।

ମରଣ ଯଦି ତୁ ଆସିବାର ଅଛି ଆସିବୁନି ଏଇ ରାତିରେ , ଅଭିସାର ପରା ରହିଛି ଅଧୁରା ପ୍ରିୟା ଶୋଇଛି ମୋ ଛାତିରେ । ଏ ରାତିଟା ଯାଉ ବିତିରେ..... ମନା କରିବିନି ସକାଳୁ ସକାଳୁ ଚାଲିଯିବି ତୋର ସାଥିରେ ।।

ବାର୍ତ୍ତା ********* ଜଳୁଛି ଦୀପାଳି ନିରଳସେ ଖାଲି ଜଳି ଜଳି ସରିଯିବ , ଗୋଟିଏ ଜନମେ ଜନମ-ଜନମ ପାପ ସବୁ ଧୋଇ ଯିବ । ଭାବରେ ଲାଭର ହିସାବ ଦେବାକୁ ଦେଉଛି ମୁଁ ଏଇ ବାରତା , ଦେଖା ହେଲେ କହିବି ସେ କଥା... ଫୁଙ୍କିଲେ ବି ଲିଭୁ ନାହିଁ ଜୀବନ ସଳିତା ।

ଦୁଃ- ସ୍ବପ୍ନ ସକାଳର ସୁନେଲି କିରଣ ପରେ ସମୟର ସୂତାରେ ଗୁନ୍ଥା ହୁଏ ବିଜୁଳିମରା ତୋଫା ଖରା , ବିମୋହିତ ବିଳାପରେ ବହ୍ନି ଜଳେ ମନ ମୁକୁରରେ ମୁରୁକି ହସ ଦେଖି ପ୍ରିୟ ପ୍ରତିବିମ୍ବର । ମଧ୍ୟାହ୍ନ ରେ ବି ଆଖି ଘୁମେଇ ପଡ଼ି ସ୍ବପ୍ନ ଦେଖେ , ଅବାସ୍ତବ ପୃଥିବୀର ଝାପସା ଝାପସା ଚିତ୍ର ଆଉ ଚରିତ୍ରକୁ ନେଇ । ଭାବରୁ ଆବେଗ, ଆବେଗରୁ ରୂପାନ୍ତରିତ ହୋଇ ଝରି ଆସେ ନିଦରେ , ନିଃସଙ୍ଗତାରେ ନେସି ଦେଇ ରଙ୍ଗ , ଜହ୍ନ ରେ କଳଙ୍କ ନା କଳ୍ପନା ର ଉତ୍ସ ଟିଏ ଅସମାହିତ ପ୍ରଶ୍ନବାଚୀ ଠିଆ ହୁଏ ପରୋକ୍ଷରେ.


Feed

Library

Write

Notification
Profile