ମଣିଭଦ୍ରା ର ଦୃଶ୍ୟ ....( ସରୋଜ କୁମାର ଜେନା ).... ମଣିଭଦ୍ରା ଶୈଳ ମହାନଦୀ ଜଳ ତରଣୀ ବାହେ ଧୀବର , ପଶ୍ଚିମ ଆକାଶେ ଲୋହିତ କିରଣେ ରବି ଦିଶେ ମନୋହର । ମୋହିଯିବ ମନ ଦେଖିଲେ ସାୟାହ୍ନ ଆତ୍ମା ହେବ ପ୍ରଫୁଲ୍ଲିତ ଦକ୍ଷିଣେ ପୂଜିତ କଳାପାଟ ମାତ ଆଦିମ କାଳୁ ଶୋଭିତ।। ......................................... ବାଲିଝରୀ,ନରସିଂହପୁର ,କଟକ
ଚିଠି ମୁଁ ଦେଇଚି ଚିଠିବି ପାଇଚି ଚିଠିକୁ ଯତ୍ନେ ରଖିଚି , ଚିଠି ମୋ ଚିରିଚି ପ୍ରେୟସୀ ଭୁଲିଚି ଚିଠିରେ ଦେଇଚି ରଚି।୧। ଚିଠି ମୁଁ ପଢୁଚି ନିଇତି କାନ୍ଦୁଚି ଚିଠିଟି ସ୍ମୃତି ସାଜିଚି, ଚିଠି ପ୍ରେମ ରୁଚି କାହୁଁ ମୁଁ ପାଉଚି ଚିଠିବା ଧୋକା ଦେଇଚି ।।୨ ..( ସରୋଜ କୁମାର ଜେନା).
ଏ ଭାରତ ଦେଶ ହେଉଅଛି ହ୍ରାସ ନିତି ଏଠି କନ୍ୟା ଶିଶୁ , ଭୃଣ ହତ୍ୟା କରି ଦେଉଛନ୍ତି ମାରି ମଣିଷ ସାଜିଛି ପଶୁ । ଆସିଛି ସମୟ କର ନାହିଁ ଭୟ ଜାଗି ଉଠ ଜନ ଗଣ , ଶିଶୁ କନ୍ୟା ପ୍ରତି ନ ଆସୁ ବିପତି ସଭିଏଁ କରିବା ପଣ । ....( ଦରଦୀ କବି - ସରୋଜ କୁମାର ଜେନା)..
ଏଇତ ଜୀବନ - ୩ ..(ଦରଦୀ କବି - ସରୋଜ କୁମାର ଜେନା).. ଏଇତ ଦୁୁନିଆ ହୋଇଛି କିମିଆ ଅର୍ଥ ପଛେ ହୁଏ ବାଇ , କରୁଛନ୍ତି ପର ନିଜ ସହୋଦର ସ୍ବାର୍ଥ ପଛେ ନିତି ଧାଇଁ । ବୁଝନ୍ତିନି ମନ ଖୋଜୁଥାନ୍ତି ଧନ ଭାଙ୍ଗୁଛନ୍ତି ଏଠି ପ୍ରେମ , ପ୍ରେମର ମହତକରିଣ ଅନର୍ଥ ବୁଝନ୍ତିନି ତାର ମର୍ମ । ବାଲିଝରୀ,ନରସିଂହପୁର କଟକ