I love to express my thoughts through my writing. ନିଜ ଭାବନାରେ ଗୋଟେ ଲେଖିକା, ଲେଖିଚାଲିଛି “ମୋ ମନର କଥା" - ତୃପ୍ତି 😊🙏 My facebook page “ମୋ ମନର କଥା"
Share with friends
ମୋ ବୋଉ ❤ ବୋଉ ଆମମାନଙ୍କୁ ବହୁତ ଭଲ ପାଏ, ଆମେ ଭାଇ ଭଉଣୀ ମଧ୍ୟ ତାକୁ ବହୁତ ଭଲ ପାଉ। କିନ୍ତୁ ଆମମାନଙ୍କଠାରୁ ତାର ନାତି ନାତୁଣୀମାନେ ତାକୁ ବେଶୀ ଭଲପାନ୍ତି। ଆମେମାନେ ତ ବୋଉକୁ ବୋଉ ବୋଲି ଡାକୁ ଆମଠୁ ଶୁଣିକି ଆମ ଛୁଆମାନେବି ତାକୁ “ବୋଉ" ବୋଲି ଡାକୁଛନ୍ତି। ମୁଁ ବୋଉକୁ କୁହେ ବୋଉ ତୁ ଆଉ ଆଈ ହେଇପାରିଲୁନି, ତତେ ତ ସବୁ “ବୋଉ" ବୋଲି ଡାକୁଛନ୍ତି। ବୋଉ କିନ୍ତୁ ଛୁଆମାନଙ୍କ “ବୋଉ" ବୋଲି ଡାକରେ ଭାରି ଖୁସି। ମତେ ବି ବହୁତ ଭଲ ଲାଗେ “ବୋଉ" ଡାକଟା । ❤ୟୁ“ବୋଉ"😘 ✍️ତୃପ୍ତି
ମୋ ବୋଉର ପିନ୍ଧା ଶାଢି଼ ❤ ମୁଁ ଯେତେବେଳେ ଛୋଟ ଥିଲି, ବୋଉ ତୁ ତ ଅଫିସ୍ ପଳଉ। ଦିହିପରେ କିନ୍ତୁ ତୋ କଥା ବହୁତ ମନେପଡେ। ତୁ ସକାଳେ ଯୋଉ ପିନ୍ଧିଥିବା ତୋର ଶାଢି଼ ବଦଳିକି ଅଫିସ୍ ଯାଉ। ତୋର ସେଇ ବଦଳା ଶାଢି଼ଟା ଖଟ ଉପରେ ପଡିଥାଏ। ମୁଁ ତୋର ସେଇ ଶାଢି଼ଟା ଧରେ। ସେଥିରେ ତୋ ଦେହର ବାସ୍ନା ଥାଏ। ସେଇ ଶାଢି଼ରୁ ତୋର ମୋ ପାଖରେ ଉପସ୍ଥିତ ଥିବାର ବାସ୍ନା ପାଏ। ଆଉ ସେଇ ଶାଢି଼ଟା ଧରିକି ମୁଁ ଦିହିପରେ ଶୋଇପଡେ। ତୋର ପିନ୍ଧା ଶାଢି଼ ମୋର ବହୁତ୍ ପ୍ରିୟ ।#ତୃପ୍ତି ❤ୟୁ ବୋଉ
ମୋ ବୋଉର ପିନ୍ଧା ଶାଢି଼ ❤ ମୁଁ ଯେତେବେଳେ ଛୋଟ ଥିଲି, ବୋଉ ତୁ ତ ଅଫିସ୍ ପଳଉ। ଦିହିପରେ କିନ୍ତୁ ତୋ କଥା ବହୁତ ମନେପଡେ। ତୁ ସକାଳେ ଯୋଉ ପିନ୍ଧିଥିବା ତୋର ଶାଢି଼ ବଦଳିକି ଅଫିସ୍ ଯାଉ। ତୋର ସେଇ ବଦଳା ଶାଢି଼ଟା ଖଟ ଉପରେ ପଡିଥାଏ। ମୁଁ ତୋର ସେଇ ଶାଢି଼ଟା ଧରେ। ସେଥିରେ ତୋ ଦେହର ବାସ୍ନା ଥାଏ। ସେଇ ଶାଢି଼ରୁ ତୋର ମୋ ପାଖରେ ଉପସ୍ଥିତ ଥିବାର ବାସ୍ନା ପାଏ। ଆଉ ସେଇ ଶାଢି଼ଟା ଧରିକି ମୁଁ ଦିହିପରେ ଶୋଇପଡେ। ତୋର ପିନ୍ଧା ଶାଢି଼ ମୋର ବହୁତ୍ ପ୍ରିୟ । ❤ ୟୁ ବୋଉ 🙏😘
ସମୟ ବଡ ବଳବାନ୍। ବେଳେବେଳେ ସମସ୍ୟାର ସମାଧାନ ପାଇଁ ଏଇ ସମୟ ଉପରେ ହିଁ ଛାଡିବାକୁ ପଡେ। ଆଉ ମଣିଷର ଯେତେ ଦୁଃଖ କଷ୍ଟ ଏଇ ସମୟ ହିଁ ଭରିଦିଏ। # ତୃପ୍ତି