ଗୁରୁକୃପା ହିଁ କେବଳଂ। ପରିବର୍ତ୍ତନ ହୁଅନ୍ତୁ ବନ୍ଧୁ ସମାଜର ମଙ୍ଗଳ ସାଧିତ ହେବ ॥ ମୁଁ ଏକ ଅନାମିକା ଛାଇ, ପ୍ରଶ୍ନର ବର୍ଣ୍ଣାଳୀ, ବହୁରୂପୀଙ୍କ ଅହଙ୍କାର, କାହାର ଅଧାଦେଖା ସ୍ୱପ୍ନର ଭଗ୍ନାଂଶ ଅବା ହଜିଥିବା ଅତୀତର ସୂତାଖିଅ ॥
Share with friendsଯେତେବେଳେ ନିଜ ଅବସ୍ଥାର କିଛିହୁଏନି କାହାକୁ କାହିଁ ଡାକିବି କାହାଦ୍ୱାରା କିଛିହୁଏନି କିଏ ଯଦି ସହରରୁ ଯାଏ ଶୂନଶାନ୍ ପଡିଯାଏ ଏଠି ତ କାହା ଉପସ୍ଥିତି ବି କିଛି ହୁଏନି॥ @ଆଶୁତୋଷ
ଅଭିଯୋଗ, ମତେ ବହୁତ କଷ୍ଟହେଉଛି ଯେ ଏ ଘର ର ନିଛାଟିଆ ଡରଉଛି ଅପାରଗତା, ଯେତେବେଳେ ହାତ ପତେଇବାକୁ ବାଧ୍ୟକରେ କେତେ ଯନ୍ତ୍ରଣାରେ ନିଜକୁ ପ୍ରସ୍ତୁତକରେ ଏମିତି ଯଦି କଥା କି ଜୀଇଁବାକୁ ପଡିବ ତୋ ସର୍ତ୍ତରେ ହେ ଜୀବନ! ମୁଁ ତୋତେ ବହିଷ୍କାର କରୁଛି॥ @ଆଶୁତୋଷ
ପାଗଳ ପରି ଦୁଃଖୀ ଅତ୍ମାହୋଇ ନିଖୁରା ନିଖୁରାଦିଶୁଛି କେତେ ଆଇନା ବଦଳେଇଲାଣି ମୁଁ ଯେମିତି ସେମିତି ଅଛି ମୋ ପିଞ୍ଜରା ଖୋଲିଦେଲୁ ତୁ ବି ଅଜବ ଶିକାରୀ ନିଜ ପର ନିଜେ କାଟିଛି ମୁଁ ବି ଅଜବ ପକ୍ଷୀ॥
କିଛି ତ ଜଳିଥିବ ବିନା ନିଆଁରେ ଧୂଆଁ କେଉଁଠୁ ଆସିବ ଯାହାକୁ ଡରୁଥିଲି ସ୍ୱପ୍ନରେ ବି ଦେଖିବାକୁ ସେ ଦୁର୍ଘଟଣା ବାସ୍ତବରେ କେମିତି ହେବ ଯାହା ଛବି ଧରିଲେ ହାତ ଥରି ଯାଉଛି ଆଖି କୁ କେମିତି କହିବି ସମ୍ଭାଳିବ॥ @ଆଶୁତୋଷ
ନଥିବି ମୁଁ ତୋତେ ଅପେକ୍ଷା କରିବାକୁ ନଥିବି ହିଡ ହେଇ ଛିଡା ହେବାକୁ କାଳ ଗର୍ଭରେ ଲୀନ ହୋଇଯିବି ଦେଖାଯିବିନି ତୋ ଆଖିକୁ॥ @ଆଶୁତୋଷ