ମୁଁ ଜଣେ ଶିକ୍ଷୟତ୍ରୀ ମୋ ଜୀଵନ ର ଆଦର୍ଶ ମୁଁ ସମସ୍ତଙ୍କୁ ସେନ୍ହ ବାଣ୍ଟିବାକୁ ଭଲ ପାଏ
Share with friendsପ୍ରତାରଣା ର ଆଘାତ ଧୈର୍ଯ୍ୟ କୁ କରିଥାଏ ଜାତ ବଞ୍ଚିବାର ବିଶ୍ୱାସ ହିଁ ଦୀପଶୀଖା ଟି କୁ ପ୍ରଖର ପବନରେ ଵି ଜାଳିବା ଲାଗି କରେ ଚେଷ୍ଟିତ
ପରିବାର ଏକ ମମତା ର ନୀଡ଼ ଟିଏ ଯେଉଁଠି ଜଂଜାଳ ଥାଏ ଯନ୍ତ୍ରଣା ଥାଏ କେବେ ସ୍ୱାର୍ଥ ତ କେବେ ତ୍ୟାଗ କେବେ ଦ୍ୱେଷ କେବେ ଅନୁରାଗ କେବେ ସମର୍ପଣ ର ମିଠା ଭାବ ସମୟ ସୁଅ ରେ ଭାସି ଗଲା ବେଳେ କେବେ ପାରି କରେ ତ କେବେ ବୁଡ଼େଇଦିଏ ଉବୁଟୁବୁ ହେଉଥିବା ଜୀଵନ ନାଵ
ପ୍ରେମ ର ସହସ୍ର ରଙ୍ଗ ଭାରି ନିଆରା ଯିଏ ପାଇ ଯାଏ ତା ପାଇ ସବୁ ଏ ଦୁନିୟା ଟା ପାଲଟେ ରଙ୍ଗ ମୟ ଯିଏ ହରେଇ ଦିଏ ସେ ଵି ସେଥିରେ ନିଜକୁ କରି ଦିଏ ବିଲୟ
ପହିଲି ପ୍ରେମ ର ପହିଲି ପୁଲକ ନ ଯାଏ କେବେ ଏ ମନୁ ଦିନ ଚାଲି ଯାଏ ଚିହ୍ନ ରହିଯାଏ ବିରହ ଯେ ଗାଏ ସ୍ମୃତି ସୌଧ ତଳୁ ଝୁରି ଝୁରି ଉଜୁଡ଼ିଯାଇଥିବା ଉପବନୁ
ପ୍ରେମ ରୁ ସୃଷ୍ଟି ପ୍ରେମ ରୁ ସୁନ୍ଦର ଏ ସାରା ବିଶ୍ୱ ଜଗତ ପ୍ରେମ ର ମଧୁର ସଂଗୀତ କରାଇ ଥାଏ ଅନାଦି ଅନନ୍ତ ସହ ଜୀବତ୍ମା ର ଭେଟ
ଈଶ୍ୱର ଏକ ପ୍ରତିମା ନୁହନ୍ତି ଈଶ୍ୱର ଧର୍ମ ର ଅନୁବନ୍ଧିତ ଏକ ଆବରଣ ନୁହନ୍ତି ହୃଦୟ ର ଧାରତଳାରେ ଶ୍ରଦ୍ଧା ଓ ବିଶ୍ୱାସ ସ୍ନେହ ଓ ପ୍ରେମ ,କରୁଣା ର ଜଳୁଥିବା ଏକ ଅଖଣ୍ଡ ଜ୍ୟୋତି ଅଟନ୍ତି
ପ୍ରେମ ଏକ ନିଃଶବ୍ଦ ଚୋରା ବାଲିରେ ଏମିତି ପଥ ଚିହ୍ନ ଯେଉଁଠି ଆଗକୁ ତ ଯାଇହୁଏ କିନ୍ତୁ ପଛ ଫେରି ଚାହିଁଲେ ସବୁ ଦିଶଇ ଶୂନ୍ୟ