I'm Santosh Kumar and I love to read StoryMirror contents.
Share with friendsହାତରେ ଗୋଲାପ ଧରି ତୁମ ବାଟ ଚାହିଁ ଜଗିଛି ମୁଁ କେତେ ବେଳୁ ତୁମ ଦେଖା ନାହିଁ ! ଆସିବାର ନାହିଁ ଯଦି ମନା କରିଥାନ୍ତ ଅଯଥାରେ ଗୋଲାପ ମୁଁ ତୋଳନ୍ତି ବା କାହିଁ ??
ହବିଷ ଖାଉଛି ମନ୍ଦିର ଯାଉଛି ପାଳୁଛି ପଞ୍ଚୁକ ବ୍ରତ, କପାଳେ କାଟିଛି ଚିତା ଚଇତନ କାନ୍ଧରେ ମୋ ଉପବୀତ; ଗାଉଛି ଭକତି ଗୀତ, କେତେ ପାପ କେତେ ପୂଣ୍ୟ ଅରଜିଛି ସାକ୍ଷୀ ସେଇ ଜଗନ୍ନାଥ ।
ଅପାସୋରା ସ୍ମୃତି ଜାଳୁଥିବ ନିତି ହେବ ନାହିଁ ଜମା ଭୁଲି, କିଛି କ୍ଷଣ ପାଇଁ ଜଳନ୍ତା ହୃଦୟ ଆଶ୍ୱସ୍ତି ଲଭିବ ବୋଲି ; କାନ୍ଦି ଦିଏ ମନ ଖୋଲି, ମୁଁ କାନ୍ଦି ଦିଏ ମନ ଖୋଲି ।।
ମନ ବଗିଚାର ଗୋଲାପ ମରିଛି ଶୁଖିଲା କଣ୍ଟା ତା' ସାକ୍ଷୀ, ତୁମ ପ୍ରତାରଣା କେତେ ଭୟଙ୍କର ସେକଥା ଜାଣେ ମୋ ଆଖି । ସାରା ରାତି ମୋର କେମିତି କଟୁଛି ଆସିଯାଅ ଥରେ ଦେଖି, ଦେଇଯାଅ ମୋତେ ଆଉ ଟିକେ ଦୁଃଖ ଯଦି ଅଛି କିଛି ବାକି ।
ପେନସିଲ୍ ହେଇ ନ ଆଙ୍କିଲେ ନାହିଁ ତୁମ ପାଇଁ ଗୋଟେ ଖୁସିର ଗାର, ରବର ହେଇ ମୁଁ ଲିଭେଇ ଦେବି ଗୋ ଜୀବନରୁ ଯେତେ ଦୁଃଖ ତୁମର । @ ସନ୍ତୋଷ