STORYMIRROR

#କବିତା କାନନ

SEE WINNERS

Share with friends

କବିତା ଅଷାଢ ପ୍ରଥମ ବର୍ଷାରେ ଓଦା ହୋଇଥିବା ମାଟିର ବାସ୍ନା; କବିତା ଶୀତୁଆ ସକାଳର ଧାରେ ସୁନେଲି କିରଣ; କବିତା ନବ ତରୁଣର ଉନ୍ମାଦନା; ନବଜାତ ଶିଶୁର ପ୍ରଥମ କ୍ରନ୍ଦନ; କବିତା କେତେ ଉଦାସୀ ଆଖିର ଲୁଣି ଲୁହ ଆଉ ମଉଳା ଓଠର ଧାରେ ହସ- କବିତା ସତରେ ଏମିତି କିଛି ଯାହାକୁ ଶବ୍ଦରେ ବାନ୍ଧି ହୁଏନି । କବିତାକୁ କେବଳ ଅନୁଭବ କରିହୁଏ, କବିତାକୁ ଆତ୍ମସ୍ଥ କରିହୁଏ। ଯୁଗ ଯୁଗରୁ କବିତା ମଣିଷକୁ ଆହ୍ଲାଦିତ କରିଆସିଛି, ମତୁଆଲା କରିଆସିଛି। ତେଣୁ କବିତା ସାହିତ୍ୟ ରାଜ୍ୟରେ ଏକ ଅନନ୍ୟ ବିଭାବ । ସେଇ କବିତାକୁ ନେଇ ଆମର ସ୍ଵତନ୍ତ୍ର ପ୍ରସ୍ତୁତି # କବିତା କାନନ । 

ତେବେ ଆସନ୍ତୁ ବନ୍ଧୁଗଣ କବିତାର ଏ ମସବ୍ୟାପୀ ମହୋତ୍ସବରେ ନିଜକୁ ସାମିଲ କରିବା ସହ କବିତାର ଭାବକୁ ନେଇ ନିଜ ରକ୍ତ, ମାଂସ ଆଉ ପ୍ରାଣ ଶକ୍ତି ଦେଇ ଅନ୍ୟ ଏକ କବିତାର ସର୍ଜନ କରିବା। 

ପରବର୍ତ୍ତୀ ପୃଷ୍ଠା "ଅଜି ପାଇଁ କବିତା"ରେ ପ୍ରତିଦିନ ଏକ ସ୍ଵତନ୍ତ୍ର କବିତା ଉପସ୍ଥାପନ କରାଯିବ ଯାହାର ଭାବ ବା ବିଷୟକୁ ଆପଣଙ୍କୁ ଗ୍ରହଣ ପୂର୍ବକ ଏକ ନୂତନ କବିତା ପ୍ରସ୍ତୁତ କରିବାକୁ ପଡ଼ିବ। ଅବଶ୍ୟ ଏହା ବାଧ୍ୟତାମୂଳକ ନୁହେଁ ଆପଣ ନିଜସ୍ବ କବିତା ମଧ୍ୟ ଉପସ୍ଥାପିତ କରିପାରିବେ। ଏ କ୍ଷେତ୍ରରେ ଆପଣ ସ୍ଵାଧୀନ।