STORYMIRROR

#କବିତା କାନନ

SEE WINNERS

Share with friends

ଆପଣଙ୍କୁ ନିମ୍ନରେ ପ୍ରଦତ୍ତ କବିତାର ଭାବ ବା ବିଷୟକୁ ଗ୍ରହଣ ପୂର୍ବକ ଏକ ନୂତନ କବିତା ପ୍ରସ୍ତୁତ କରିବାକୁ ପଡ଼ିବ। ଅବଶ୍ୟ ଏହା ବାଧ୍ୟତାମୂଳକ ନୁହେଁ ଆପଣ ନିଜସ୍ୱ କବିତା ମଧ୍ୟ ଉପସ୍ଥାପିତ କରିପାରିବେ। ଏ କ୍ଷେତ୍ରରେ ଆପଣ ସ୍ଵାଧୀନ।

.............................................

ବେସୁରା ଗୀତି - ୭୦୨


ବର୍ଷା ଗୋ ତୁମେ କହି ଦିଅ ଥରେ

କାହିଁକି ଢାଳୁଛ ଏତେ ଲୁହ

ଆଖିରେ ତୁମର ଅଗ୍ନି ସ୍ଫୁଲିଙ୍ଗ

ଛାତି ତଳେ ଅସରନ୍ତି କୋହ ॥


କିଏ ସେ ତୁମକୁ ହତାଦର କଲା

କିଏ ବା କହିଲା ଟାଣ କରି

ହୃଦୟେ ତୁମର ବ୍ୟଥା ର ଲହରୀ

ଆଖିରୁ ଲୋତକ ଯାଏ ଝରି ॥


ଇନ୍ଦ୍ରଧନୁ ର ରଙ୍ଗର ରୋଷଣୀ

ପାରୁନି ତୁମକୁ ଶାନ୍ତ କରି 

ବିଜୁଳି ଯେତେବେଳେ ସ୍ମିତ ହସ ହସେ

କ୍ରୋଧେ ଶୁଭେ ତୁମ ଘଡ ଘଡି ॥


ବର୍ଷା ଗୋ ତୁମେ ପ୍ରେମିକ ପ୍ରାଣରେ

ହଜିଲା ସ୍ମୃତି କୁ ଝଲସାଅ

ଭିଜା ଭିଜା ସ୍ଵରେ ପ୍ରୀତିର ସଙ୍ଗୀତ

ନିତି ନିତି ତୁମେ ଗାଉଥାଅ ॥


ବର୍ଷା ତୁମକୁ ରହିଲା ମୋ ରାଣ

ଆଖିରୁ ଲୋତକ ଝରାଅନି

ଭଙ୍ଗା ମନ ସବୁ ଯୋଡି ଦିଅ ଆଜି

ପ୍ରୀତି ର କର ଅବାହନୀ ॥


-କବି ବିଜୟ ପୃଷ୍ଟି

.............................................