STORYMIRROR

#କୁହାହେଇନି କିଛି କଥା

SEE WINNERS

Share with friends

ଗଳ୍ପଟିଏ ଜନ୍ମ ନିଏ ଲେଖକର ପ୍ରାଣସତ୍ତାରୁ । ଯାହା ସ୍ରଷ୍ଟାମାନକୁ ଉଲ୍ଲସିତ କରେ, ରଖେଇ ଥୋଏଇ ଦିଏ ନି । ସବୁବେଳେ ତାକୁ ଆଛନ୍ନ କରେ ତାକୁ ନୂଆ ରୂପରେ ପ୍ରସବ ଦେବାପାଇଁ ! ନୂଆ ଆଲୋକ ଦେଖେଇବା ପାଇଁ ! ଅବଶ୍ୟ ଏ ଗହନ ରହସ୍ୟ । ଯାହା ସ୍ରଷ୍ଟାଟିଏ ହିଁ ତାର ପ୍ରାଣସତ୍ତାରେ ଅନୁଭବ କରିପାରେ । ସାହିତ୍ୟର ଅନ୍ୟାନ୍ୟ ବିଭାବ ଅପେକ୍ଷା ଗଳ୍ପର ସ୍ଥାନ ସ୍ବତନ୍ତ୍ର । କାହିଁକି ନା ଗପର ସ୍ଵକୀୟ ଗଢଣର ସ୍ଵତନ୍ତ୍ରତା ହିଁ ତାର ମୁଖ୍ୟ ବଳୟ ନିର୍ଦ୍ଧାରଣ କରେ । ସାଧାରଣ ଜୀବନର ଛୋଟ ଛୋଟ କଥାକୁ ଅସାଧାରଣ କରାଯିବାର ସାମର୍ଥ୍ୟ କେବଳ ଗଳ୍ପର । ସେଇଥି ପାଇଁ ଗଳ୍ପ ଲିଖନକୁ ନେଇ ଆମର ସ୍ବତନ୍ତ୍ର ପ୍ରସ୍ତୁତି #କୁହାହେଇନି କିଛି କଥା ।  

ତେବେ ଆସନ୍ତୁ ବନ୍ଧୁଗଣ ଗଳ୍ପ ଲିଖନର ଏ ମାସବ୍ୟାପୀ ମହୋତ୍ସବରେ ନିଜକୁ ସାମିଲ କରିବା ସହ ପ୍ରଦତ୍ତ ଗଳ୍ପାଂଶକୁ ନେଇ ନିଜ ରକ୍ତ, ମାଂସ ଆଉ ପ୍ରାଣ ଶକ୍ତି ଦେଇ ଅନ୍ୟ ଏକ ଗଳ୍ପର ସର୍ଜନ କରିବା। 

ପରବର୍ତ୍ତୀ ପୃଷ୍ଠା "ଅଜି ପାଇଁ ବିଷୟ"ରେ ପ୍ରତିଦିନ ଏକ ସ୍ଵତନ୍ତ୍ର ଗଳ୍ପାଂଶ ଉପସ୍ଥାପନ କରାଯିବ ଯାହାର ଭାବ ବା ବିଷୟକୁ ଆପଣଙ୍କୁ ଗ୍ରହଣ ପୂର୍ବକ ଏକ ନୂତନ ଗଳ୍ପ ପ୍ରସ୍ତୁତ କରିବାକୁ ପଡ଼ିବ। ଅବଶ୍ୟ ଏହା ବାଧ୍ୟତାମୂଳକ ନୁହେଁ ଆପଣ ନିଜସ୍ବ ଗଳ୍ପ ମଧ୍ୟ ଉପସ୍ଥାପିତ କରିପାରିବେ। ଏ କ୍ଷେତ୍ରରେ ଆପଣ ସ୍ଵାଧୀନ।