STORYMIRROR

#କୁହାହେଇନି କିଛି କଥା

SEE WINNERS

Share with friends

ଆପଣଙ୍କୁ ନିମ୍ନରେ ପ୍ରଦତ୍ତ ଗଳ୍ପାଂଶର ଭାବ ବା ବିଷୟକୁ ଗ୍ରହଣ ପୂର୍ବକ ଏକ ନୂତନ ଗଳ୍ପ ପ୍ରସ୍ତୁତ କରିବାକୁ ପଡ଼ିବ। ଅବଶ୍ୟ ଏହା ବାଧ୍ୟତାମୂଳକ ନୁହେଁ ଆପଣ ନିଜସ୍ୱ ଗଳ୍ପ ମଧ୍ୟ ଉପସ୍ଥାପିତ କରିପାରିବେ। ଏ କ୍ଷେତ୍ରରେ ଆପଣ ସ୍ଵାଧୀନ।


.............................................

05-06 JUNE 2022

‘ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୂଲି ‘ । 

(ରେବତୀ - ଫକୀର ମୋହନ ସେନାପତି)

...

07-08 JUNE 2022

ଗାଡ଼ି ଯିବା ପରେ ଲୋକେ ରୁଣ୍ଡ ହୋଇଥିବା ଥାନାକୁ ଜହ୍ନ ଚାଲି ଚାଲି ଗଲା । ଟାଙ୍ଗର ଉପରେ ଦାମର କଞ୍ଚା ଲହୁ ମନ୍ଦା ମନ୍ଦା ହୋଇପଡ଼ିଚି । ଏକା ନଜରରେ ସେହି ରକ୍ତଓଦା ଭୂଇଁ ଖଣ୍ଡକ ସେ କାବା ହୋଇ ଚାହିଁ ରହିଲା. . . ।

(ବିଟ୍‌ଘର ଓ ରେଳଗାଡ଼ି- କାଳିନ୍ଦୀ ଚରଣ ପାଣିଗ୍ରାହୀ )

...

09-10 JUNE 2022

ମଶାଣିରେ ନିଆଁ ଜଳିଲା, ଆକାଶରେ ପକ୍ଷୀ ଉଡ଼ି ଧୂଆଁ ପାର ହେଲେ, ପୃଥିବୀରେ ଦୁଇ ଲକ୍ଷ ଲୋକ ସେ ଖବର ପାଇ ଦୁଃଖରେ କହିଲେ- “ଆହା, ମାଗୁଣୀ ଚାଲିଗଲା !”

(ମାଗୁଣୀର ଶଗଡ଼ - ଗୋଦାବରୀଶ ମହାପାତ୍ର)

...

11-12 JUNE 2022

ବୁଢ଼ା ଆଉ କହିପାରିଲା ନାହିଁ । ଗାମୁଛାରୁ ତା’ର ବଡ଼ ଯତ୍ନର ବଡ଼ ଶରଧାର ଶଙ୍ଖା ମୁଠିକ ଫିଟାଇ ପକାଇ ବାହାରେ କଚାଡ଼ି ଦେଲା । ଶଙ୍ଖାମୁଠାକ ଯାକ ଚୁନା ହୋଇଗଲା । ତହୁଁ ସେ ଏକାମୁହାଁ ହୋଇ ଫେରିଚାଲିଗଲା । ଦାସୀ ଓ ଶାଶୁ ରଡ଼ି କରି ଉଠିଲେ । 

(ବୁଢା ଶଙ୍ଖାରି - କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର)

...

13-14 JUNE 2022

ସେମାନେ ମତେ ହାତ ହଲେଇ ବିଦାୟ ଦେଉଥିଲେ । ମୋର ମନେହେଲା ଭଗବାନଙ୍କର ନିଷ୍ଠୁର ସୃଷ୍ଟିର ଦୁଇଟି ନିଃସଙ୍ଗ ଅଭିଶପ୍ତ ମନୁଷ୍ୟ ପିତୁଳା ଆକାଶକୁ ହାତ ତୋଳି ନାଚୁଛନ୍ତି ।

(ଡିମିରି ଫୁଲ - ଅଖିଳମୋହନ ପଟ୍ଟନାୟକ)

...

15-16 JUNE 2022

ମୁଣ୍ଡରେ ତା’ର ଗୋଟିଏ କଳାକନାର ଖୋଳ ପିନ୍ଧାଇ ଦିଆଗଲା । ଘିନୁଆ ମନେ ମନେ ବିଚାରିଲା – ଆଖିରେ ଅନ୍ଧ ପୋଟଳି ଦେଇ ହାତରେ ତା’ର ସୁନାରୂପା ଢାଳି ଦିଆଯିବ ।

(ଶିକାର - ଭଗବତୀ ଚରଣ ପାଣିଗ୍ରାହୀ)

...

17-18 JUNE 2022

ଦିନେ ଡାକ ମୁନ୍‌ସି ବାବୁ ବାପକୁ କହିଦେଲେ, “ଦେଖ, ତୁମେ ମୋର କିଛି ଉପକାର କାରି ନାହଁ, ଇଚ୍ଛା ହେଲେ ବସାରେ ରହ, ନୋହିଲେ ଚାଲିଯାଅ । ଆଉ ଦେଖ, ବାବୁମାନେ ଆମ ଦୁଆରକୁ ଆସିଲେ ତୁମେ ଘରୁ ବାହରିବ ନାହିଁ ।”

(ଡାକ ମୁନ୍‌ସି - ଫକୀରମୋହନ ସେନାପତି)

...

19-20 JUNE 2022

ସେଦିନ ମହନ୍ତଙ୍କର ଭାରି ନିଶାନରେ ଜ୍ଞାନ ଲୋପ ହୋଇଥିଲା । ଲାସ ଭାରି ମଣିଷ, ଭାରି ଚିମୁଟାଟାରେ ଖୁବ୍ ବଳରେ ପାହାରେ ମାରିବାରୁ ଉପର ମାଟି ଆଉ ନିଆଁ ସବୁ ଖାତରେ ପଡ଼ିଗଲା । ଦୁଇଟା ଲୋକ ଧରା ପରା ହୋଇ ପୋଡ଼ିମଲେ ।

(ଧୂଳିଆ ବାବା - ଫକୀର ମୋହନ ସେନାପତି )

...

21-22 JUNE 2022

ଯେତେବେଳେ ସେ ଆଖି ଫିଟାଇଲେ, ଦେଖିଲେ ସ୍ଵେଚ୍ଛାସେବକ ତାଙ୍କୁୁ ଡାକୁଛନ୍ତି, ବେଣୁଧର ପଥର ପରି ତଳେ ପଡିଛି ତାଙ୍କ ମୁହଁରୁ ପଦେ କଥା ବାହାରିଲା – “ଏ ଜାତି ଏବେ ମଧ୍ୟ ବଞ୍ଚିଛି ।”

(ଏବେ ମଧ୍ୟ ବଞ୍ଚିଛି - ଗୋଦାବରୀଶ ମହାପାତ୍ର)

...

23-24 JUNE 2022

ଆଉ ଅନ୍ତା ପାଟି ଶୁଭିଲା ନାହିଁ । ମାଟି ସେହିପରି ପଡୁଛି । ପାଣି ସୁଅଟା ବନ୍ଦ ହୋଇଗଲା । ଲୋକମାନଙ୍କର ଭରସା ହେଲା, ଟିକିଏ ନିଶ୍ୱାସ ପକାଇଲେ । ତେତେବେଳେ ଖୋଜିଲେ ଅନ୍ତା କାହିଁ ? ଆଉ ଅନ୍ତା ? ତା’ ମୁଣ୍ଡ ଉପରେ ଦି’ ହାତ ମାଟି । 

(ରାଣ୍ଡିପୁଅ ଅନନ୍ତା - ଫକୀର ମୋହନ ସେନାପତି)

...

25-26 JUNE 2022

ଶ୍ୟାମଘନ ବାବୁ ହସି ହସି କହିଲେ, “କାହିଁ ବୈଦ ଶାସ୍ତ୍ର, ଡାକ୍ତରୀ କିତାବ କାହିଁରେ ଏ ରୋଗକୁ ଏ ଔଷଧର ତ ବ୍ୟବସ୍ଥା ନାହିଁ ?” ଗୋପୀ ବାବୁ କହିଲେ “ଆରେ ତୁମେ ବୁଝିଲ ନାହିଁ, ଏଇଟା ସାନ୍ତାଣୀଙ୍କର ଆବିଷ୍କାର “ପେଟେଣ୍ଟ୍‌ ମେଡ଼ିସିନ୍‌ ”

(ପେଟେଣ୍ଟ୍‌ ମେଡ଼ିସିନ୍‌ - ଫକୀର ମୋହନ ସେନାପତି)

...

27-28 JUNE 2022

ମୁଣ୍ଡି ସାହାଡ଼ା ମୂଳରେ ଲୋକ ଜମା ହୋଇଛନ୍ତି । ରାଧା ଜିଭ କାମୁଡ଼ି ପଡ଼ିଛି । ଦୂରରେ ଛିରିକି ପଡ଼ିଛି ଟାଙ୍ଗିଆ ଖଣ୍ଡେ । ମୁଣ୍ଡି ସାହାଡ଼ା ମୂଳରେ ଦି’ ଚାରି ଚୋଟ କୁରାଢ଼ି ଦାଗ, କ୍ଷୀର ନିଗିଡ଼ି ପଡୁଛି । ରାଧାର ପାଦ ଉପରେ ନାଗ ଦଂଶନର ଚିହ୍ନ । ଛୋଟ ଛୋଟ ଦିଓଟି ଦାଗ । ଠାକୁରାଣୀର ପ୍ରତାପ ! 

(ମୁଣ୍ଡି ସାହାଡ଼ା - କାହ୍ନୁଚରଣ ମହାନ୍ତି)

...

29-30 JUNE 2022

ମୁଁ ଗତ ରାତିର ଭୟଙ୍କର ଝଡ଼ କଥା କହୁଛି । କହିଲେ ପ୍ରବାଳ କିଶୋର । ଡମ୍ବରୁଧର ସ୍ବାଗତୋକ୍ତି କଲା ଭଳି କହିଲା, ହଁ ଥଣ୍ଡା ପବନ ବହୁଥିଲା ଅବଶ୍ୟ । ଆଉ ବର୍ଷା ବି ଆରମ୍ଭ ହୋଇଥିଲା । ତେବେ ଝଡ଼ଟାଏ କେତେବେଳେ ଚୁପ୍‌ଚାପ୍‌ ହୋଇଗଲା । ମୁଁ ଆଜ୍ଞା ନିଦରେ ଶୋଇପଡ଼ି ଜାଣିପାରିଲି ନାହିଁ । 

(ଝଡ଼ର ଗତିପଥ - ମନୋଜ ଦାସ)

...

01-02 JULY 2022

ଏବେ ଆମ ବାହାଘରକୁ ୫ ବର୍ଷ ବିତିଗଲାଣି, ଆମର ଗୋଟେ ପିଲା ବି ହେଇ ସାରିଲାଣି । ହସଖୁସିରେ ଆମ ସଂସାର ଚାଲିଛି । ହେଲେ ଏବେ ବି ଯେତେବେଳେ ସେ କଥାଟି କିଏ କହେ "ଉଚ୍ଚ କପାଳୀ ଘଇତା ଖାଇ" ମତେ ଭାରି ହସ ଲାଗେ ।

(ଉଚ୍ଚ କପାଳୀ ଘଇତା ଖାଇ - ଅଭିରାମ ମଣ୍ଡଳ )

...

03-04 JULY 2022

ଜୀବନରେ ସିନା ଗୋଟିଏ ପିଲାର ମାଆ ହୋଇ ପାରିଲିନି, କିନ୍ତୁ ଆଜି ଶହେରୁ ଅଧିକ ପିଲାଙ୍କ ମାଆ ହୋଇ ଦିନ କାଟୁଛି । ସେମାନଙ୍କର ହସ କାନ୍ଦ ସୁଖ ଦୁଃଖର ସାଥୀ ହୋଇଛି ।

(ପରିପୂର୍ଣ୍ଣା - ସୁଷମା ପାରିଜା )

...

05-06 JULY 2022

ଆଜି ମୁଁ ଓ ମୋ ଭାଇମାନେ ଘର ସଂସାର କରି ମାଆ ବାପା ହୋଇସାରିଲୁଣି; କିନ୍ତୁ ଭୁଲିନୁ ସେଇ ଘଡିଭଙ୍ଗା ଦିନର ବାପାଙ୍କ “ନିରବ ଝଡ”ର କାହାଣୀକୁ ଏ ପର୍ଯ୍ୟନ୍ତ । 

(ନିରବ ଝଡ଼ - ସତ୍ୟବତୀ ସ୍ଵାଇଁ )