STORYMIRROR

#ପାର୍ବଣ ୨୦୨୨

SEE WINNERS

Share with friends

ପାର୍ବଣ ପରିତ୍ରାଣର ଋତୁ । ଯାହାର ଆଗମନରେ ଧରା ହୁଏ ପବିତ୍ର, ପ୍ରକୃତି ହୁଏ ସ୍ୱଚ୍ଛ, ହୃଦୟ ହୁଏ ଭକ୍ତିରେ ଉଦ୍ଭାସିତ । ମା'ଙ୍କ ଆଗମନି ବାର୍ତ୍ତା ନେଇ ନଈ ହୁଏ ପୂର୍ଣ୍ଣଗର୍ଭା, ପବନର ତାଳେ ତାଳ ଦେଇ କାଶତଣ୍ଡୀ ହୁଏ ନୃତ୍ୟରତା, ସସାଗରା ଧରଣୀ ହୁଏ ଜ୍ୟୋତ୍ସ୍ନା ପ୍ଲାବିତା । ଗାଁଠୁ ସହର ହୋଇଉଠେ ଉତ୍ସବମୁଖର, ଯେବେ ମା' ଜଗତଜନନୀ ମଣ୍ଡପରେ ହୁଅନ୍ତି ବିରାଜିତା ।

ତେବେ ଆସନ୍ତା ପାର୍ବଣରେ ଏସବୁ ତ ନିଶ୍ଚୟ ରହିବ, ତା' ସହ ଆପଣମାନଙ୍କ ପାଖରେ ଉପଲବ୍ଧ ହୋଇଯିବ ଷ୍ଟୋରିମିରର୍ ଦ୍ୱାରା ପ୍ରକାଶିତ 'ପାର୍ବଣ' ସ୍ୱତନ୍ତ୍ର ପୂଜା ଇ-ପତ୍ରିକା । ତେବେ ଆପଣ ପରିକଳ୍ପନା କରିପାରୁଥିବେ ଆସନ୍ତା ପାର୍ବଣ ନିଶ୍ଚିତ ଟିକେ ନିଆରା ହେବ । ତେବେ ତା'ର ପୂର୍ବ ପ୍ରସ୍ତୁତି ତ ନିହାତି ଦରକାର ! ଆସନ୍ତୁ ଏବେଠୁ ହିଁ ଆରମ୍ଭ କରିଦେବା ନିଜର ହୃଦୟର ଭାବ ରାଜିକୁ କବିତା ଓ କାହାଣୀର ରୂପ ଦେବା ଏବଂ ଅଂଶଗ୍ରହଣ କରିବା 'ପାର୍ବଣ'ରେ ।

ଉପସ୍ଥାପନା :

ଆସନ୍ତା 'ପାର୍ବଣ'ରେ ପାଠକ ଓ ଲେଖକଙ୍କୁ ସୃଜନମନସ୍କ କରିବା ପାଇଁ ଷ୍ଟୋରିମିରର୍ ଆରମ୍ଭ କରୁଛି 'ପାର୍ବଣ' ପୂଜା ଇ-ପତ୍ରିକା ଯାହା ସ୍ୱତନ୍ତ୍ର ଭାବେ କବିତା ଓ କାହାଣୀକୁ ନେଇ ଦୁଇଟି ଭାଗରେ ପ୍ରକାଶିତ ହେବ ।

ତେଣୁ ଆଜିଠୁ ହିଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ ନିଜର ସର୍ବୋଚ୍ଚ ସୃଜନ ଦକ୍ଷତା ପ୍ରଦର୍ଶନ କରିବା ନିମିତ୍ତ ।

ଲେଖା ଗ୍ରହଣ ବିଭାଗ : କବିତ । କାହାଣୀ

ଭାଷା : ଓଡ଼ିଆ