Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#Non-Stop November Edition 3 - Beginner

SEE WINNERS

Share with friends

“ସବୁଠାରୁ ଭୟଙ୍କର ମୁହୂର୍ତ୍ତ ସର୍ବଦା ଆପଣ ଆରମ୍ଭ କରିବା ପୂର୍ବରୁ ହିଁ ଥାଏ । ଏହା ପରେ ଜିନିଷଗୁଡ଼ିକ ଭଲ ହୋଇଯାଇପାରିବ ।” ~ ଷ୍ଟିଫେନ୍ କିଙ୍ଗ 

ଲେଖିବା ଏକ ମାଂସପେଶୀ ପରି; ଯାହାକୁ ଶକ୍ତିଶାଳୀ କରିବା ପାଇଁ ବ୍ୟାୟାମର ଆବଶ୍ୟକତା ରହିଥାଏ । ଆପଣ ନିଜ ଲିଖନ ଅଭ୍ୟାସ ଦ୍ୱାରା ଯେତେବେଳେ ଟିକିଏ ବଳିଷ୍ଠତା ହାସଲ କରିନିଅନ୍ତି, କିନ୍ତୁ ଯଦି ଆପଣ ଲେଖିବା ବନ୍ଦକରି ଦିଅନ୍ତି ତେବେ ଏହା ଶୀଘ୍ର ଅଦୃଶ୍ୟ ହୋଇଯାଇଥାଏ । ତେଣୁ ଆପଣଙ୍କର ଲିଖନକୁ ଏବେ ଅବ୍ୟାହତ କରି ଏହାକୁ ଆହୁରି ଶକ୍ତିଶାଳୀ କରିବାର ସମୟ ଆସିଛି ।

ଷ୍ଟୋରୀମିରର୍ ନନ୍-ଷ୍ଟପ୍ ନଭେମ୍ବର ଲେଖା ଚ୍ୟାଲେଞ୍ଜର ୩ୟ ସଂସ୍କରଣ ଘୋଷଣା କରି ଅତ୍ୟନ୍ତ ଖୁସି ବ୍ୟକ୍ତ କରୁଛି । ଏହା ଏମିତି ଏକ ଚ୍ୟାଲେଞ୍ଜ ଯାହା ଆପଣଙ୍କ ଭିତର ସେହି ଲେଖକ ସତ୍ତାଙ୍କୁ ଜାଗ୍ରତ କରିବାକୁ ଲକ୍ଷ୍ୟ ସ୍ଥିର କରିଛି !

ନନ୍-ଷ୍ଟପ୍ ନଭେମ୍ବର ଲେଖା ଚ୍ୟାଲେଞ୍ଜର ଚଳିତ ସଂସ୍କରଣରେ କିଛି ନୂତନତା ଯୋଗ କରାଯାଇଛି । ଏହା ତିନୋଟି ଭିନ୍ନ ସ୍ତର ସହିତ ଅତ୍ୟନ୍ତ ବ୍ୟାପକ ରୂପ ଧାରଣ କରିଛି । ଏହି ତିନୋଟି ସ୍ତର ମଧ୍ୟରୁ ଆପଣ ଗୋଟିଏ, ଦୁଇଟି କିମ୍ବା ସମସ୍ତ ତିନୋଟି ସ୍ତରରେ ଅଂଶଗ୍ରହଣ କରିପାରିବେ । ଦୁଇ କିମ୍ବା ଅଧିକ ସ୍ତରର ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରି ଯଦି ଆପଣ ଏହାକୁ ସମାପ୍ତ କରନ୍ତି, ତେବେ ଆପଣ ଆମର ମେଗା ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ।

  • ନନ୍-ଷ୍ଟପ୍ ନଭେମ୍ବର ସଂସ୍କରଣ ୩ - ପ୍ରାରମ୍ଭିକ - http://sm-s.in/NCck82i
  • ନନ୍-ଷ୍ଟପ୍ ନଭେମ୍ବର ସଂସ୍କରଣ ୩ - ମଧ୍ୟବର୍ତ୍ତୀ - http://sm-s.in/tnVw9j4
  • ନନ୍-ଷ୍ଟପ୍ ନଭେମ୍ବର ସଂସ୍କରଣ ୩ - ଉଚ୍ଚତର - http://sm-s.in/BwTDQCx

ଏହା କିପରି କାମ କରେ?

ଆମେ ଆପଣଙ୍କୁ ୩୦ ଦିନ ପାଇଁ ୩୦ଟି ଭିନ୍ନ ଲିଖନ ବିଷୟ ପ୍ରଦାନ କରୁଛୁ । ପ୍ରତ୍ୟେକ ସ୍ତରର ଭିନ୍ନ ବିଷୟ ଅଛି । ଆପଣଙ୍କୁ ସେହି ବିଷୟ ବ୍ୟବହାର କରି ଏକ କାହାଣୀ ସୃଷ୍ଟି କରିବାକୁ ପଡ଼ିବ ଯାହା ବିଷୟବସ୍ତୁର ନିକଟବର୍ତ୍ତୀ ହେବା ନିତାନ୍ତ ଆବଶ୍ୟକ । ଏହା ଯେକୌଣସି ଶୈଳୀ, ଯେକୌଣସି ଧାରା କିମ୍ବା ଆପଣଙ୍କ ପସନ୍ଦ ପସନ୍ଦ ଅନୁସାରେ ହୋଇପାରେ କିନ୍ତୁ ଧ୍ୟାନଦେବେ ଏହା ଯେମିତି ସେହି ଦିନର ବିଷୟବସ୍ତୁ ଉପରେ ଆଧାରିତ ହୋଇଥିବ । ପ୍ରାରମ୍ଭିକ ସ୍ତର ପାଇଁ ଲିଖନ ବିଷୟଗୁଡ଼ିକ ହେଉଛି ଶବ୍ଦ । ତେଣୁ ପ୍ରଦତ୍ତ ବିଷୟବସ୍ତୁକୁ ନିଜ କାହାଣୀର ବିଷୟବସ୍ତୁ ଭାବେ ଗ୍ରହଣକରି ନିଜର କାହାଣୀ ସୃଷ୍ଟି କରନ୍ତୁ ।

ଆପଣ ଯାହା ବି କରନ୍ତୁ ନା କାହିଁକି, କିନ୍ତୁ ଲେଖିବା ବନ୍ଦ କରନ୍ତୁ ନାହିଁ ।

ପ୍ରାରମ୍ଭିକ ସ୍ତର ପାଇଁ ଲିଖନ ବିଷୟବସ୍ତୁ :

ଭାଷା : ଇଂରାଜୀ, ହିନ୍ଦୀ, ଗୁଜୁରାଟୀ, ମରାଠୀ, ଓଡ଼ିଆ, ବଙ୍ଗାଳୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍

ବର୍ଗ: କାହାଣୀ 

ସର୍ତ୍ତାବଳୀ :

  • ଉପସ୍ଥାପିତ ସମସ୍ତ ବିଷୟ ଆଧାରିତ ଉପସ୍ଥାପନା ଏବଂ ଏହାର ହାରାହାରି ସମ୍ପାଦକୀୟ ମୂଲ୍ୟାଙ୍କନ ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ ।
  • ଆପଣ କେବଳ ପ୍ରଦତ୍ତ ବିଷୟବସ୍ତୁ ଉପରେ ହିଁ ନିଜ ଲେଖା ଦାଖଲ କରିବା ଆବଶ୍ୟକ ।
  • ଅଂଶଗ୍ରହଣକାରୀମାନେ ସେମାନଙ୍କର ମୌଳିକ ଲେଖା ଦାଖଲ କରିବା ଉଚିତ୍ ।
  • ଇ-ମେଲ କିମ୍ବା ହାର୍ଡ କପି କିମ୍ବା ପ୍ରତିଯୋଗୀତା ଲିଙ୍କ୍ ବ୍ୟବହାର ନକରି ଯେକୌଣସି ଦାଖଲ ପ୍ରବେଶ ପାଇଁ ଯୋଗ୍ୟହେବ ନାହିଁ ।
  • କୌଣସି ଅଂଶଗ୍ରହଣ ଶୁଳ୍କ ପ୍ରଦାନ କରିବାକୁ ପଡିବ ନାହିଁ ।
  • ମାନପତ୍ର ବିଭାଗରେ ଆପଣଙ୍କର ଅଂଶଗ୍ରହଣ ପ୍ରମାଣପତ୍ର ପ୍ରୋଫାଇଲରେ ଉପଲବ୍ଧ ହୋଇଯିବ ।


ପୁରସ୍କାର :

  • ସମସ୍ତ ଅଂଶଗ୍ରହଣକାରୀ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ ।
  • ବିଜେତାମାନେ ପ୍ରତ୍ୟେକ ଭାଷା ପାଇଁ ସ୍ୱତନ୍ତ୍ର ଭାବେ ଏକ ସଂକଳିତ ଇ-ପୁସ୍ତକ ରେ ପ୍ରକାଶିତ ହେବେ ।
  • ସମସ୍ତ ବିଜେତାଙ୍କୁ ବିଜେତା ପ୍ରମାଣପତ୍ର ପ୍ରଦାନ କରାଯିବ ।


ମେଗା ପୁରସ୍କାର :

ଯଦି ଆପଣ ତିନିଟି ସ୍ତରରୁ ହାରାହାରି ସମ୍ପାଦକୀୟ ମୂଲ୍ୟାଙ୍କନ ୭ରୁ ଅଧିକ ସହିତ କୌଣସି ୨ଟି ସ୍ତର ସମାପ୍ତ କରନ୍ତି, ତେବେ ଆପଣ ବିଜେତା ଟ୍ରଫି ସହିତ ଷ୍ଟୋରୀମିରରରୁ ଏକ ମାଗଣା ପୁସ୍ତକ ପ୍ରକାଶନ ଚୁକ୍ତି ଜିତିବାକୁ ଯୋଗ୍ୟ ହୋଇପାରିବେ ।


ଦାଖଲ ଅବଧି: ୦୧ ନଭେମ୍ବର ରୁ ୩୦ ନଭେମ୍ବର, ୨୦୨୧

ଫଳାଫଳ: ୨୦ ଜାନୁଆରୀ, ୨୦୨୨


ମତାମତ ଏବଂ ପ୍ରଶ୍ନଗୁଡ଼ିକ ପାଇଁ :

  • ଇ-ମେଲ : neha@storymirror.com
  • ଫୋନ୍ ନମ୍ବର: 022-49240082 / 9372458287 (ସୋମବାରରୁ ଶନିବାର ସକାଳ 10.00 ରୁ 7.00 PM)
  • ହ୍ଵାଟସ୍ ଆପ୍: +91 84528 04735


ବିଶେଷ ସୂଚନା : ଏହି ସଂସ୍କରଣରେ ନନ୍-ଷ୍ଟପ୍ ନଭେମ୍ବର ଲେଖା ଚ୍ୟାଲେଞ୍ଜ ତିନି ସ୍ତରରେ ସଂଗଠିତ ହୋଇଛି । ଆପଣ ଗୋଟିଏ, ଦୁଇଟି କିମ୍ବା ସମସ୍ତ ତିନୋଟି ସ୍ତରରେ ଅଂଶଗ୍ରହଣ କରିପାରିବେ ।

  • ନନ୍-ଷ୍ଟପ୍ ନଭେମ୍ବର ସଂସ୍କରଣ ୩ - ପ୍ରାରମ୍ଭିକ - http://sm-s.in/NCck82i
  • ନନ୍-ଷ୍ଟପ୍ ନଭେମ୍ବର ସଂସ୍କରଣ ୩ - ମଧ୍ୟବର୍ତ୍ତୀ - http://sm-s.in/tnVw9j4
  • ନନ୍-ଷ୍ଟପ୍ ନଭେମ୍ବର ସଂସ୍କରଣ ୩ - ଉଚ୍ଚତର - http://sm-s.in/BwTDQCx