Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anshuman Biswal

Others

2  

Anshuman Biswal

Others

ପ୍ରତାରଣା

ପ୍ରତାରଣା

1 min
7.5K


ଆଶା ଖୁସିରେ ଥିବ।

ଏତେ ସରଳ ହୁଅନି । ଏ ଦୁନିଆ ତୁମକୁ ଠକି ଦେବ । ତୁମ ମୁହଁରୁ ଏ କଥା ଶୁଣି ସେଦିନ ଭାବିଥିଲି କେହିଜଣେ ତ ମୋ ପାଇଁ ଅଛି।

ନିଜ ଅଜାଣତରେ ପ୍ରେମର ଅଶାନ୍ତ ସାଗରରେ ଭାସି ଯାଇଥିଲି । ମାତ୍ର ଆଜି ଦୁନିଆ ଠକି ଦେବା ଆଗରୁ ତୁମେ ଠକି ଚାଲିଗଲ । ଏହା କ'ଣ ସତ?ଆଜି ବି ମୋ ବିଶ୍ଵାସର ବାହାରେ. ମାଟି କ'ଣ କେବେ ଭାବି ପାରେ ଫେରିବାର ଆଶ୍ବାସନା ଦେଇ ଥିବା ବର୍ଷା ବିଶ୍ଵାସର ଶିକୁଳୀକୁ ଭାଙ୍ଗି ଧୋକା ଦେଇ ପାରେ ବୋଲି।

ନା କେବେ ବି ନୁହେଁ । ତେବେ ଆଉ ତୁମେ କହି ଦେଖ ତ?ମୁଁ ବିଶ୍ଵାସ କରି ପାରିବି ବା କେମିତି?

ତୁମ ପାଇଁ ଏମିତି କିଛି ଲେଖିବା ବେଳେ ଲୁହ ଟୋପା କାଗଜର ପୃଷ୍ଠାକୁ ଖିଜାଇବାକୁ ତରତର ହେଉଥିଲେ । ତଥାପି ଭଲ ପାଇବାର ଦ୍ଵାହି ଦେଇ ସେ ସବୁକୁ ଆଖିରେ ଜାବୁଡି ଧରି ରଖିବାକୁ ବାଧ୍ୟ ହେଉଥିଲି ମୋ ଇଚ୍ଛା ବିରୁଦ୍ଧରେ । କାହିଁକି ଜାଣିଛ ସୁନା । ମୋ ଲେଖାାର ପ୍ରତି ଶବ୍ଦରେ ତୁମେ ଅଛ ବୋଲି । ତାକୁ ଭିଜାଇ ପାରିବି ବା କେମିତି । ମନେ ଅଛି ନା ତୁମର ସେଦିନ ମୋ କୋଳରେ ମଥା ରଖି କହୁଥିଲ ଆଖିର ଲୁହ ଆମ ସତ ପ୍ରେମରେ କେବେ ଲଷ୍ମଣ ଗାର ନ ସାଜୁ । ସେଥିପାଇଁ ଗିଜାଇବାକୁ ଚାହିଁଲିନି । ଆଉ ଦେହ ବି ଠିକ୍ ନାହିଁ ତୁମର । ପଢ଼ିଲେ ଖୁସି ହେବି।

||ଇତି||

ତୁମ ଅପେକ୍ଷାରେ ଥିବା ହୃଦୟଟିଏ

ବନ୍ଧପଡା,ରାଜନଗର,କେନ୍ଦ୍ରାପଡା


Rate this content
Log in

More oriya story from Anshuman Biswal