Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sri Akhand

Others

2.5  

Sri Akhand

Others

ବିଶ୍ୱାସେ ବିଶ୍ୱନାୟକ

ବିଶ୍ୱାସେ ବିଶ୍ୱନାୟକ

3 mins
712


ଶ୍ରୀ ଅଖଣ୍ଡ

ଜଗତର ନାଥ, ବିଶ୍ୱନାୟକ ପ୍ରଭୂ ଜଗନ୍ନାଥ ସମସ୍ତଙ୍କ ମନ କଥା ବୁଝନ୍ତି । ଅନ୍ତରର କଥା ମଧ୍ୟ ଅନ୍ତର୍ଯ୍ୟାମୀଙ୍କୁ ଅଛପା ରହିବ କେମିତି ? ଜଗନ୍ନାଥ ସମସ୍ତଙ୍କ ଭାବ ମଧ୍ୟ ଜାଣିପାରନ୍ତି । ପ୍ରଭୂଙ୍କ କୃପା ସମସ୍ତଙ୍କ ଉପରେ ଥାଏ । ଅଧିକାଂଶ ଶ୍ରଦ୍ଧାଳୁ ଏହା ଅନୁଭବ କରିଛନ୍ତି । ନିଜକୁ ବିଶ୍ୱାସ କରିପାରିନ୍ତି ନାହଁ । ଏହା କିପରି ଘଟିତ ହେଲା ? ଏ ଚମକ୍ରାର ପଛରେ ରହସ୍ୟ କ’ଣ ? କିଛି ବୁଝି ମଧ୍ୟ ଲାଭ ନାହିଁ । କାରଣ ଏହାର ଗୋଟିଏ ଉତର ପ୍ରଭୂ ଜଗନ୍ନାଥ । କି ଲୀଳା ଏହି ଜଗତ୍ବନ୍ଧୁଙ୍କର, ଏହି ଲୀଳାମୟଙ୍କର । ଅନୁଭବ କରୁଥିବା ଲୋକ ସମସ୍ତେ ଏକଥା ଅଙ୍ଗେ ଅଙ୍ଗେ ଲିଭାଇଛନ୍ତି । ଯେତେବେଳେ ପୂରା ସଂସାର ତାଙ୍କ ଦ୍ୱାରା ପରିଚାଳିତ, ମଣିଷକୁ ଚମକ୍ରାର ଦେଖାଯାଉଥିବା ଜିନିଷଗୁଡିକ ଅବା ପ୍ରଭୂଙ୍କ ପାଇଁ କ’ଣ ? ଶରୀରରେ ବ୍ରହ୍ମ ଏହି ଜଗନ୍ନାଥ । ଆଖପାଖରେ ବି ଜଗନ୍ନାଥ । କେବଳ ଭାବର ଅଭାବ ନ ରହିଲେ ହେଲା । ଆମେ ସବୁଠି ସେଇ ଜଗତ୍ବ୍ୟାପୀଙ୍କୁ ଦର୍ଶନ କରିପାରିବା । ଆପଣ ଜୀବନରେ ଅନେକ ଛୋଟ ଛୋଟ ଚମକ୍ରାରର ସାମ୍ନା କରୁଥିବେ । ଆଶ୍ଚର୍ଯ୍ୟ ହେଉଥିବେ ଏହା କେମିତି ହେଲା ! ଆପଣଙ୍କ ଅଜାଣତରେ ବି ଥରେ ଥରେ ଆପଣଙ୍କ ପାଇଁ ଅନୁକୂଳ କଥା ହୋଇଯାଏ । ସେତେବେଳେ ଆପଣ ଭଗବାନଙ୍କୁ ହିଁ ଶ୍ରେୟ ଦିଅନ୍ତୁ । ଆପଣ ଆହୁରି ପରମବ୍ରହ୍ମଙ୍କ ନିକଟତର ହୋଇପାରିବେ । ପ୍ରଭୂ ପତିତପାବନଙ୍କ ଆର୍ଶିବାଦକୁ ଅନୁଭବ କରିପାରିବେ । ସବୁଦିନ ପ୍ରତ୍ୟେକ ମୂୂହୂର୍ତରେ ମୋର ପ୍ରଭୂଙ୍କ ଉପସ୍ଥିତିର ଅନୁଭବ ରହିଛି । ପ୍ରଭୂଙ୍କୁ ମାଗିବା ଦରକାର ନାହିଁ । ମନ ଚାହୁଁଥିବା ଅବା ଆମ ପାଇଁ ହିତକର ସବୁକିଛି ଜଗନ୍ନାଥ ଆମ ପାଇଁ ଖଂଜିଛନ୍ତି । ଏଠାରେ ଗୋଟିଏ ଦିନର କଥା କହୁଛି, ଆପଣମାନେ ବୁଝି ପାରିବେ । ଜନ୍ମାଷ୍ଟମୀ ପରଦିନ ଅର୍ଥାତ୍ ନନ୍ଦୋତ୍ସବ ଦିନ କଥା । ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମଦିନକୁ ନେଇ ଉଲ୍ଲାସର ପର୍ବ । ହିନ୍ଦୁମାନଙ୍କ ପାଇଁ ଏକ ବଡଦିନ । ପତ୍ୟେକ ହିନ୍ଦୁ ପରିବାରରେ ଆନନ୍ଦ ଉଲ୍ଲାସ ଓତ୍ତଉତ୍ସବର ମାହୋଲ । ଆମ ଘରେ ମଧ୍ୟ ହୋଇଥାଏ । ରାତିରେ ପୂଜା ପାଇଁ ଭୋଗ ପ୍ରସ୍ତୁତ । ଭୋଗ ବଢାଗଲା । ଚୁଡାଘସା ଓ କ୍ଷୀରି । ମନେ ମନେ ଭାବିଲି ପ୍ରଭୂଙ୍କ ପାଇଁ ବ୍ୟଂଜନ ହୋଇଥିଲେ ଟିକେ ଭଲ ହୋଇଥାନ୍ତା ! ଯାହା ହେଉ ପୂଜା ସରିଲା । ଧର୍ମପତ୍ନୀଙ୍କୁ ପଚାରିଲି, ଡାଲ୍ମା କଲନି କାହିଁକି ? ଆହୁରି ଭଲ ହୋଇଥାନ୍ତା । ସେ କହିଲେ, କ୍ଷୀରୀ କରିଦେଲି ଆଉ ଡାଲମା କରିପାରିଲି ନାହିଁ । ଠିକ୍ ଅଛି । ପ୍ରସାଦ ଟିକେ ପାଇଲି । ଖାଇବା ପରେ ଶ୍ରୀ ଗୋପାଳଜୀଉ ମନ୍ଦିର ଗଲୁ । ମନ୍ଦିର ପରିସର ଉତ୍ସବ ମୁଖର । ସଂକୀର୍ତନ ଚାଲିଛି । ମର୍ଦ୍ଦଳ ବାଜୁଛି । ପ୍ରଭୂଙ୍କ ଅପରୂପ ବେଶ ଦର୍ଶନ କଲି । ପ୍ରଣାମ କଲି । କିଛି ସମୟ ଧ୍ୟାନ କରି ମନ୍ଦିର ଭତରୁ ଫେରିଲି । ହଠାତ୍ ଦେଖା ପଡିଗଲା ମନ୍ଦିରର ପୂର୍ବତନ ଟ୍ରଷ୍ଟି ସୁରେନ୍ଦ୍ର ସାର୍ଙ୍କ ସହିତ । ସେ କହିଲେ, ଦର୍ଶନ ସାରିଲ । ଆସ ପ୍ରସାଦ ଖାଇବ । ଚୁଡାଘାସ-ଡାଲମା ହୋଇଛି । ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲି । ପ୍ରଭୂଙ୍କ କଥା ମନେ ପଡିଲା । ପ୍ରଭୁ ! ଘରେ ତ ହୋଇନଥିଲା ବୋଲି ମନ୍ଦିରରେ ବ୍ୟବସ୍ଥା କରିଛ । ପୁଣି ଅଚାନକ । ନା ଅଛି ଡାକରା ନା ନିମନ୍ତ୍ରଣ । ପ୍ରଭୁଙ୍କ ଦର୍ଶନ ପରେ ପରେ ମନ ଯାହା ଚାହିଁଥିଲା ତାହା ବ୍ୟବସ୍ଥା କରିଛନ୍ତି ପ୍ରଭୂ ଜଗନ୍ନାଥ । ମନରୁ ବାହାରି ଆସିଲା ‘ଜୟ ଜଗନ୍ନାଥ ପ୍ରଭୂ, ଜୟ ଜଗନ୍ନାଥ ପ୍ରଭୂ’ । ଅନନ୍ତ ଜଗନ୍ନାଥଙ୍କ କଥା ଅସରନ୍ତି । ଯେତେ କହୁଥିଲେ ବି ସରିବ ନାହିଁ । ସେହି କଥାମୃତକୁ ଆମ ଜୀବନରେ ବି ଅନୁଭୂତ ହୁଏ ବାରମ୍ବାର । ଅନୁଭବ କରିପାରିଲେ ପ୍ରତ୍ୟେକ ଘଟଣାରେ ଆମେ ସେହି ବିଶ୍ୱନାୟକଙ୍କ ସତାକୁ ଅନୁଭବ କରିପାରିବା । ଜଗନ୍ନାଥଙ୍କ ଶରଣାଗତି ହିଁ ଆମକୁ ବିକାଶର ପଥରେ ଅଗ୍ରଗାମୀ କରିପାରିବ । ସେହି ଅନୁଭବ ପାଇଁ ଆମକୁ ତାଙ୍କରି ଦୀକ୍ଷାରେ ଦୀକ୍ଷିତ ହେବାକୁ ପଡିବ । ନିଜକୁ ତାଙ୍କରି ଠାରେ ଶୂନ୍ୟଲୀନ କରିଦେବାକୁ ହେବ । ଜୟ ଜଗନ୍ନାଥ ।

ଦୀକ୍ଷା ମିଶନ

ଆଶ୍ରମ ପାଟଣା, ପିପିଲି, ପୁରୀ





Rate this content
Log in