Sri Akhand

Others

3.5  

Sri Akhand

Others

ଅମୃତ ଅନୁଭବ

ଅମୃତ ଅନୁଭବ

2 mins
3.1K


ପ୍ରଭୁ ମୋର ତ୍ରେତୟା ଯୁଗରେ ପୁରୁଷୋତମ ଶ୍ରୀରାମ ରୂପେ ପ୍ରକଟ ହୋଇଥିଲେ । ରାମରାଜ୍ୟର ଆଦର୍ଶକୁ ଏବେ ବି ଲୋକେ ଝୁରି ହେଉଛନ୍ତି । ରାବଣ ରାଜ୍ୟକୁ ସମସ୍ତଙ୍କୁ ମୁକ୍ତି ଦେଇଥିଲେ ପ୍ରଭୁ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଅବତାର । କାରାଗାରରେ ଜନ୍ମ ନେଇ କେତେ ଲୀଳାଖେଳା କରି କଂସକୁ ତାରଣ କରିଥିଲେ । ଏବେ କଳିଯୁଗରେ ଶ୍ରୀକ୍ଷେତ୍ରରେ ଜଗତର ନାଥ ହୋଇ ପ୍ରକଟିତ ଓ ପ୍ରକାଶିତ ହୋଇଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ସବୁ ମୟାରେ ପରିପୂର୍ଣ୍ଣ ମହାବାହୁ । ସବୁ ଗୁଣରେ ପରିପୂର୍ଣ୍ଣ ମହାମହିମ । ପୁଣି ସବୁ ଗୁଣରୁ ଅତୀତ ମଧ୍ୟ ମୋର ପ୍ରଭୁ । ତାଙ୍କ ଗୁଣକଥା ଆମେ କଣ ବା କହିବା । ତାଙ୍କ ଗୁଣରୁ ଟିକିଏ ଗୁଣ ଆସି ଏ ପୃଥିବୀ କେଡେ ସୁନ୍ଦର ହୋଇଛି । ଜଗତ ସବୁ ଗୁଣରେ ପରିପୂର୍ଣ୍ଣ ହୋଇଛି । ଏଠି ସତ୍ୱ, ତମ ଓ ରଜ ଆଦି ସବୁ ଗୁଣ ଦେଖିବାକୁ ମିଳିଛି । ଏହା ଫଳରେ ହିଁ ଜଗତ ସ୍ୱୟଂ ସଂପୂର୍ଣ୍ଣ ଓ ସନ୍ତୁଳିତ ହୋଇ ଚାଲିିଛି । ସମଗ୍ର ବ୍ରହ୍ମାଣ୍ଡର ନାୟକ ହେଉଛନ୍ତି ଜଗନ୍ନାଥ । ତାଙ୍କ ଭିତରେ କେତେ କଣ ସମାହିତ ହୋଇ ରହିଛି, ତାହାର ତୁଳନା ନାହିଁ କି ଗଣନା ନାହିଁ । ଆମେ ଭୋଗ କରୁଥିବା ସୁଖ, ଦୁଃଖ, ଜନ୍ମ, ମୃତ୍ୟୁ ସବୁ ସେଇ ଜଗତ ନିୟନ୍ତାଙ୍କ ହାତରେ । ଆମେ ତାକୁ କେବଳ ପାଳନ କରୁଛେ । ସବୁ ପ୍ରାଣୀଙ୍କ ଠାରେ ସନାତନ ରୂପୀ ଆଦିପ୍ରଭୁ ଆତ୍ମାରୂପରେ ଅବସ୍ଥାନ କରିଛନ୍ତି ଓ ଆମକୁ ଆତ୍ମକଲ୍ୟାଣର ମାର୍ଗ ଦେଖାଉଛନ୍ତି । ଆମେ କେବଳ ଏହାକୁ ଅନୁଭବ କରିବାର ଆବଶ୍ୟକତା ରହିଛି । 

ଶ୍ରୀମନ୍ଦିର ଶୋଭା ହେଉଛନ୍ତି ପ୍ରଭୁ ଜଗନ୍ନାଥ । ପ୍ରଭୁଙ୍କ ଉପସ୍ଥିତି ହିଁ ମନ୍ଦିରକୁ ଶ୍ରୀମନ୍ଦିର ଆଖ୍ୟା ଦେଇଛି । ଶ୍ରୀକ୍ଷେତ୍ର ଭୂମିରେ ଅଶେଷ ଅନନ୍ତରୂପୀ ପ୍ରଭୁ ଅବସ୍ଥାନ କରୁଛନ୍ତି । ଶ୍ରଦ୍ଧାଳୁମାନଙ୍କର ଜଗନ୍ନାଥଙ୍କ ଉପରେ ଅଖଣ୍ଡ ବିଶ୍ୱାସ । ତାଙ୍କ ନାମ, ଗୁଣ, ଗୀତ ଗାଇ ସେମାନେ ଆନନ୍ଦ ଅନୁଭବ କରୁଛନ୍ତି । ପାପତାପ ଦୂର ହୋଇଯାଉଛି । ଭକ୍ତ ଓ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ପାଦପଦ୍ମକୁ ପୂଜା କରୁଛନ୍ତି । ଅର୍ଥାତ୍ ପ୍ରଭୁଙ୍କ ଠାରେ ନିରନ୍ତର ମନୋନିବେଶ କରୁଛନ୍ତି ।

ବାସ୍ତବରେ ଜୀବନ ଅମୃତମୟ । ଏହି ଜୀବନରେ ଅବିରତ ଅମୃତ ଧାରା ଜାରି ରଖିବା ପାଇଁ ଆମକୁ ଭଗବାନ ଜଗନ୍ନାଥଙ୍କ ନାମ ଅବିରତ ଭଜିବାକୁ ପଡିବ । ସଂସାରରେ କର୍ମ ଭିତରେ ପ୍ରଭୁ ନାମ ଜୀବନକୁ ଆହୁରି ସହଜ ଓ ସରଳ କରିଦିଏ । କାରଣ କେବଳ ସେହି ନାମ ହିଁ ସବୁବେଳେ ମନ ଆନନ୍ଦ ପ୍ରଦାନ କରିଥାଏ ବା ସଦଚିଦାନନ୍ଦ ଭାବ ଆଣିଥାଏ । ଏହାକୁ ଆମ୍ଭେ ନିଜେ ଅନୁଭବରେ ଆଣିଛନ୍ତି ବା ଏହା ଅନେକ ସାଧୁସନ୍ଥ ଓ ଭକ୍ତଙ୍କ ଦ୍ୱାରା ଅନୁଭବ ସିଦ୍ଧ । ତେଣୁ ଅମୃତର ଅନୁଭବ ପାଇବା ପାଇଁ ଅମୃତମୟ ଭଗବାନ ଶ୍ରୀଜଗନ୍ନାଥଙ୍କୁ ଅନୁଭବ ଓ ଦର୍ଶନ କରିବାର ଆବଶ୍ୟକତା ରହିଛି । ଏହା ଉଭୟ ବାହ୍ୟ ଓ ଅନ୍ତର ମଧ୍ୟରେ ହେବା ଆବଶ୍ୟକ । ବାହ୍ୟ ଜଗତ ଦେଖି ବା ଭାବି ଆମର ଧ୍ୟାନ ଅନ୍ୟଦିଗକୁ ଆକର୍ଷିତ ହୁଏ । କିନ୍ତୁ ଅନ୍ତର ମଧ୍ୟରେ ଭଗବାନଙ୍କୁ ଅନୁଭବ ଓ ଦର୍ଶନ କରିବା ସହଜ । ତେଣୁ ପ୍ରଥମେ ସେହିଠାରୁ ଭଗବତ୍ ଚିନ୍ତନ ଆରମ୍ଭ ହେବା ଦରକାର ।



Rate this content
Log in