ନିଜେ ଠିକ୍ ଥିଲେ ଦୁନିଆ ଠିକ୍
ନିଜେ ଠିକ୍ ଥିଲେ ଦୁନିଆ ଠିକ୍
1 min
718
ନରିଆ କୁହେ ନିଜେ ଠିକ୍ ଥିଲେ ଦୁନିଆ ଠିକ୍ । ସରକାରଙ୍କ ତରଫରୁ ତାକୁ ଗୋଟେ ଘର ମିଳିଲା । ସମ୍ବଳ ଅଭାବ ଓ ସରକାରୀ ଦହଗଞ୍ଜରୁ ନିସ୍ତାର ପାଇଁ ସେ ପପୁ ଠିକାଦାରକୁ ଘର ତିଆରି କାମ ଦେଇ ଦେଲା ।
ଘର ତିଆରି ହେବାର ଦି ମାସ ନ ଯାଉଣୁ ବର୍ଷା ହେଲେ ଘର ସମୁଦ୍ର ପାଲଟିଲା, ଫାଳ ଫାଳ ହେଇ ପଲସ୍ତରା ସବୁ ଉତୁରିବାକୁ ବସିଲା । ନରିଆ ମୁଣ୍ଡରେ ହାତ ଦେଇ ଠିକାଦାର ପାଖକୁ ଗଲା ।
ଠିକାଦାର ହସିହସି କହିଲା, “ହଇରେ, ଖର୍ଚ୍ଚ ପାଇଁ ପାଞ୍ଚ ହଜାର ନେଇଥିଲୁ ପରା… ପୁଣି କହିଥିଲୁ, “ନିଜେ ଠିକ୍ ଥିଲେ ଦୁନିଆ ଠିକ୍ ।”