STORYMIRROR

Suchismita Panda

Others

3  

Suchismita Panda

Others

ଗଳ୍ପ-ମାଆ

ଗଳ୍ପ-ମାଆ

2 mins
130


ହେ ମାଆ,

ତୋ ଅଧାଗଢା ଅସଜଡା ମୁର୍ତ୍ତିଟାରେ ବି ଦେଖାଯାଏ

ଲୋଭିଲା ଯୌବନ।ଦେଖାଯାଏ ଲାଳସାର ଜୀବନ୍ତ ଛବି।ନାରୀ ଦେହର କେବଳ ମୁର୍ତ୍ତିମନ୍ତ ଅବୟବ ହଇଚଇ ସୃଷ୍ଟିକରେ ଆମ ଭିତରେ ଲୁଚିବସିଥିବା ମହିଁଷାସୁର ମାନଙ୍କ ହୃଦୟରେ।

ମା ଲୋ ତୁ ସିନା ଥରୁଟିଏ ମାରିଥିଲୁ ମହିଁଷା ପରି ଗୋଟିଏ ଦାନବକୁ,ହେଲେ ଏଠି ସବୁବେଳେ ଆତଯାତ କରନ୍ତି କୋଟିକୋଟି ମହିଁଷାସୁର।କିନ୍ତୁ ତୁ ନିରବ ।

ତୁ ବି ବୋଧେ ପାଲଟିଯାଇଛୁ ଜଡ ।ଅସିହା ରୁ ମସିହା ଯାଏଁ ଏଠି ଲେଖା ନାରୀ ଚରିତ୍ରର ଗୁଡାଏ ଅଧ୍ଧାୟ।କେଉଁଠି ସେ ଦେବୀ ଆଉ ପୁଣି କୋଉଠି ଦେହଜୀବି।

ହଁ...ଅବଶ୍ୟ ସବୁଥିରେ ସେ ଦୋଷଛଡା ନଥାଏ।

ଆଉ କେବେ କେବେ ତୋ ପରି ରଙ୍ଗପାଟଶାଢୀ ପିନ୍ଧି ସଜେଇ ହୁଏ ଶୃଙ୍ଖଳାର ବେଡି ବାନ୍ଧି ଠିକ୍ ନବବଧୁ ପରି।ତା ଉପରେ କାଳେ ଗୁଡାଏ ଦାୟିତ୍ବ।ଯଦି ସେ ବାଧ୍ଧ୍ୟ ନ ହେଲା ତା ଇଛାକୁ କବର ଦେଇ ସମସ୍ତଙ୍କୁ ବୁଝିବାକୁ ତେବେ ସେ ଚାହୁଁ କି ନ ଚାହୁଁ ସେ ସାଜେ ଏକ ଉଦଣ୍ଡ ଉଗ୍ରଚଣ୍ଡି।ପ୍ରତିବାଦର ସ୍ବର ଯଦି ନିଜେ ନିଜେ ଦବେଇ ନ ଜାଣିଲା ତେବେ ତା ହିନିମାନୀ କପାଳର ଶିକାଟା ଆପେ ଆପେ ଛିଡି ଅସ୍ତବ୍ୟସ୍ତ କରିପକାଏ ତା ବାସ୍ତବର ପ୍ରତିଟି ମୁହୁ୍ର୍ତ୍ତକୁ।ଶ୍ବାସରୁଦ୍ଧ କରିପକାଇ ହତବାକ କରେ ତା ମଥାର ଓଢଣି।

ହେ ମାଆ,

ମୁଁ କହିଗଲିଣି ତୋତେ ଅନେକ କଥା।ତୁ କିନ୍ତୁ ପୂର୍ବ

ପରି ନିରୋଳା ନିରବ।ଆଶିଣ ଟା ଆସିଲା ବେଳକୁ ତୁ କାଳେ ଆସୁ ଶରତର କାନ୍ଧରେ ବସି।ଶୁଭ୍ର କାଶତଣ୍ଡି ଗୁଡା ତୋ ପାଇଁ ବିଛାନ୍ତି ଶୁଭ୍ରଚାଦର ତୋ ବାଟ ସାରା।ପୁଣି ତୁ ଗଲାପରେ ବିଦାୟ ନିଅନ୍ତି ଆର ସନ ଆସିବାର ପ୍ରତିଶ୍ରୁତି ଦେଇ।ତୁ ବି ତ ଆସୁ ନା ମା?ତୁ ଜାଣୁ ମା ତୋ ଆସିବା ଖବର ଶୁଣିବି ବୋଲି ମୁଁଁ ବରଷଟା ସାରା କେତେ ଆଶାକୁ ସାଇତି ଚଉତାଚଉତି କରି ରଖିଥାଏ ।ମାଆ ଲୋ ,ଏ ମାଆ ,ତୁ ସତରେ ମୋ ଲାଗି ଜିବନ୍ତ ହେଇ ଆସନ୍ତୁନି,ମୁଁଟିକେ ଶୁଅନ୍ତି ତୋ କୋଳରେ ନାନାବାୟା ଗୀତ ଶୁଣି।ମୁଁ ଭାରି ନିରିମାଖି ଟା ଲୋ,ମାଆ ମମତାକୁ ଖୋଜି ଖୋଜି ବେଳେ ବେଳେ ନିଜ ନିଶ୍ବାସର ଶବ୍ଦକୁ ବି ନିଜେ ଶୁଣି ଡରିଯାଏ।ବେଳେ ବେଳେ ଭାବେ ମୁଁ ହେଇଥାଆନ୍ତି କି ତୋ ଗଳାର ନାଲି ମନ୍ଦାରଟିଏ,ତୋ ବେକରେ କଅଁଳା ଛୁଆଟି ପରି କାଖ ହେଇଥାଆନ୍ତି। ଏ ମାଆ ତୋ ପୁରରେ କ'ଣ ତୁ ବି କେତେଥର ନିଜକୁ ଅସହାୟ ବୋଲି କେବେ ଭାବିଚୁ କି?ନା କେବେ ଦେବ ଦେବ ମହାଦେବଙ୍କ କ୍ରୋଧାଗ୍ନିରେ ନିଜର ଇଛାକୁ ମାରିଛୁ କି?ନା ନା ମୁଁ ଏକଥା ତୋତେ କାହିଁକିଯେ କହୁଛି ତୁ ତ ମହାଦେବୀ,ତୁ ତ ଦେବୀ ଦୁର୍ଗା,ତୋର ତ କୋଟିଏ ଭକ୍ତ।ତୋ ପୂଜାର ତ ଅଜସ୍ର ଆୟୋଜନତୁ କଣ ମୋ ପାଖୁ ଆସିବୁ

କେବେ? ଏ ଯେ କେବଳ ମୋର ଅନିୟନ୍ତ୍ରିତ କଳ୍ପନା।ତୁ ସେମିତି ଆସୁଥିବୁ ସବୁଥର ନିରବି ନିରବି କେତେ ଲୁହର କାରଣକୁ ଛାତିରେ ନରମିବା ପାଇଁ ଟିକିଏ ଆଶ୍ବାସନର ପ୍ରତିଶ୍ରୁତିରେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍