Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dukhabandhu Behera

Others

3  

Dukhabandhu Behera

Others

ମିନିଗଳ୍ପ - ତୃତୀୟ ଆସକ୍ତି

ମିନିଗଳ୍ପ - ତୃତୀୟ ଆସକ୍ତି

2 mins
570


ସକାଳୁ ସକାଳୁ ଟ୍ୟୁବ୍ ୱେଲ୍ ରୁ ପାଣି ନେଉଥିଲା ତାନ୍ଯା । ପାଖରେ ଠିଆ ହେଇଥିଲେ ନିଳିମା ଦେବୀ । ତାଙ୍କ ପଛକୁ ଲୋରୀ ମାଉସୀ । ତାନ୍ୟା ପାଣି ନେଇ ସାରିଲା ପରେ ନିଳିମା ଦେବୀଙ୍କ ପାଳି ଆସିବ । ତା ପରେ ଯାଇ ଲୋରୀ ମାଉସୀ ।

ଠିକ୍ ଏତିକିବେଳକୁ ନିଳିମା ଦେବୀ ଲକ୍ଷ୍ୟ କଲେ ନିଜ ସାନ ଝିଅକୁ । ଟେନ୍ଥ ଏକ୍ଜାମ୍ ପାଇଁ ରେଡ଼ି ହେଇ ସାରି ତାଙ୍କରି ଆଡ଼କୁ ଆସୁଥିଲା ହସିହସି ଆଶୀର୍ବାଦ ନେବାକୁ । ତା ସୁନ୍ଦର ମୁହଁରେ ହସଟା ଭାରି ମାନୁଥିଲା । ନିଳିମା ଦେବୀ ନିଜ ଆଖିର ଭ୍ରୁଲତା ନଚେଇ କିଛି ଗୋଟେ ଇଶାରା ଦେଲେ ଝିଅଟାକୁ ! ଝିଅଟା ଅଧା ବାଟରୁ ଫେରିଗଲା । ଏ ସବୁ ତାନ୍ୟା ଦେଖି ନଦେଖିଲା ପରି ହେଲା । ବାଲ୍ଟି ରେ ପାଣି ଫୁଲ୍ ହେବା ପରେ ସାତ ଆଠ ପାହୁଣ୍ତ ଆସିଚି କି ନାଇଁ ନିଳିମା ଦେବୀ ଲୋରୀ ମାଉସୀକୁ କହୁଥିଲେ

‐ ଝିଅଟା ମୋର ଏତେ ବଡ଼ ଗୋଟେ ପରୀକ୍ଷା ଦେଇଯିବ । କଣ ଏଇ ବାଞ୍ଝ ମୁହଁଟାକୁ ଦେଖିକି ଯିବ ! ସେଇଥି ପାଇଁ ଝିଅଟାକୁ ଆସିବାକୁ ମନା କରିଦେଲି ।

‐ ଭଲ କରିଚୁ । ଶୁଭ କାମରେ ଏ ସବୁ ଠିକ୍ ନୁହଁ ।

ତାନ୍ଯା କାନକୁ ଏ ସବୁ ଦୀପାବଳୀର ବାଣ ପରି ଠୋ ଠୋ ଶୁଭୁଥିଲା । ଆଖି ସେତେବେଳକୁ ଲୁହରେ ଛଳଛଳ । ପାଣି ବାଲ୍ଟିଟି ଅଗଣାରେ ଥୋଇଦେଇ ସିଧା ଦୌଡ଼ିଲା ବେଡ୍ ରୁମ୍ କୁ । ମୁହଁ ପୋତି କଇଁକଇଁ ହେଇ କେତେ କାନ୍ଦିଲା ।

ଚିରାଗ ଆସି ତାନ୍ୟା ପାଖରେ ବସିଲେ । ନିଜ ଶୀତଳ ପାପୁଲିରେ ତା ମଥାକୁ ଆଉଁସିଲେ । ଦୁଇ ଆଖିରୁ ସବୁତକ ଉଷୁମ୍ ଲୁହ ପୋଛିଦେଇ କହିଲେ

‐ ପ୍ଲିଜ୍ କାନ୍ଦନି ! ଲୁହ ମଣିଷକୁ ଦୁର୍ବଳ କରିଦିଏ । ଝର୍କା ଏପାଖେ ଥାଇ ମୁଁ ସବୁ ଶୁଣିଚି ଆଉ ଦେଖିଚି ବି । ମୁଁ କେବଳ ଏତିକି ଜାଣେ ‐ ତମେ ମୋ ଆସକ୍ତି... ଆଉ ମୁଁ... ତୁମ ଆସକ୍ତି । ତୃତୀୟ ଆସକ୍ତି ବିନା ଆମେ କଣ ଖୁସିରେ ବଞ୍ଚିପାରିବାନି !

ତାନ୍ୟା ଲୁହ ପୋଛି ନିଜକୁ ଦମ୍ଭ କଲା । ଅଳ୍ପ ଟିକେ ହସିବାକୁ ଚେଷ୍ଟାକଲା । ଆଉ ଦି କପ ଚା ପାଇଁ କିଚେନ୍ କୁ ପଶିଗଲା ।

ସେତେବେଳକୁ ଆଖିକୋଣରୁ ଜକେଇ ଆସୁଥିବା ଲୁହ ଦି ଟୋପାକୁ ଲୁଚେଇବା ପାଇଁ ଚିରାଗ ରୁମାଲ୍ ଖୋଜୁଥିଲେ...।

ଦୁଃଖବନ୍ଧୁ


Rate this content
Log in