ଯତି ବଚନ
ଯତି ବଚନ
1 min
6.6K
ନାରୀ ନାରାୟଣୀ ଜାଣ
ନାରୀ ଆପଣା ସମ୍ମାନ
କୁବୁଦ୍ଧି ନ ପାଞ୍ଚ ଯେ',
କୁବୁଦ୍ଧି ପାଞ୍ଚିବ ଯେବେ
ସବଂଶ ନାଶିବ ସେବେ
ଜୀବେ ଜାଣି ଥାଅ ଯେ' । ।। ୦୯ ।।
ଟାଣ କଲମର ମୁନ
ଖଣ୍ଡା ନୁହେଁ ତା' ସମାନ
ଅନ୍ତେ ସାଧୁ ସ୍ମର ଯେ',
ଧରମ ସଦା ବିଜୟ
ଅଧରମ ପରାଜୟ
ଜୀବେ ଜାଣି ଥାଅ ଯେ' । ।। ୧୦ ।।
ମାତୃଭୂମି ମାତୃଭାଷା
ମାଆ ସଭିଠୁଁ ମନୀଷା
ସହୃଦୟେ ପୂଜ ଯେ',
ମୂଳ ଯେବେ ନୁହେଁ ଦୃଢ
ଅଗ ଅନ୍ତେ ହେବ ମଢ
ଜୀବେ ଜାଣି ଥାଅ ଯେ' । ।। ୧୧ ।।
ତୁଣ୍ଡେ ହରିନାମ ସାର
ସେତେ ଖାଅ ଯେତେ ପାର
ପାପୁଁ ପୂଣ୍ୟ ପ୍ରାପ୍ତି ଯେ',
କଳି କାଳେ କଳି ରଚେ
ପାପ ଆଗ ପୂଣ୍ୟ ପଛେ
ଜୀବେ ଜାଣି ଥାଅ ଯେ' । ।। ୧୨ ।।
ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)
କବି କୁଟୀର, ଦଣ୍ଡାସିଂହା, ବାରକୋଟ
ଦେବଗଡ (ଓଡିଶା)
ମୋ-୯୬୬୮୨୪୨୭୨୦