Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrusikesh Moharana

Others

5.0  

Hrusikesh Moharana

Others

ତୁଳନାତ୍ମକ ପ୍ରେମିକା

ତୁଳନାତ୍ମକ ପ୍ରେମିକା

1 min
379



ତମ ପ୍ରେମିକାଠୁ ମୋ ପ୍ରେମିକା ବୟସରେ ସାନ

ଉଚ୍ଚତାରେ ହୁଏତ ସମାନ ହୋଇପାରେ

ତମ ପ୍ରେମିକା ପରି ତାର ନୀଳ ନୟନ ନାହିଁ

ଅଛି ଧଳା ରଙ୍ଗର ଆଖି ମଝିରେ କଳା ଡୋଳାଟିଏ 

ଯେଉଁଥିରେ ସ୍ୱପ୍ନର କାନନ ନୁହେଁ , ଧୂସର ଜୀବନ ଦିଶେ ।


ତମ ପ୍ରେମିକାର ବାଳ ପରି ତାର ଘନକୃଷ୍ଣ ବାଳ ନାହିଁ

ଯେଉଁ କେରାଏ ଅଛି ସାବୁନ୍ ତେଲ ଅଭାବରୁ 

ନୁଖୁରା ବାଦାମୀ ଦିଶେ

କିନ୍ତୁ ସେ ବାଦାମୀ ରଙ୍ଗ ସଂପୂର୍ଣ୍ଣ ପ୍ରାକୃତିକ

ସେଥିରେ ବିୟୁଟିପାର୍ଲରର ନକଲି ରଙ୍ଗ ଆଦୌ ମିଶିନଥାଏ ।


ମୋ ପ୍ରେମିକାର ରଙ୍ଗ କଳା , ମୁଣ୍ଡବାଳ ପରି ନୁହେଁ

ଗୋଧୂଳି ସମୟରେ ମୁହଁ ଦେଖି ଚିହ୍ନି ହେବାଭଳି

ତମ ପ୍ରେମିକା ପରି ତାର ମହମ ପରି ନରମ

କିମ୍ବା ଗହମ ପରି ରଙ୍ଗ ନାହିଁ ସତ

କିନ୍ତୁ ମଣିଷ ପରି ଦେହଟେ ଅଛି ।


ମୋ ପ୍ରେମିକା ଗାଲରେ କଳାଜାଇଟେ ଅଛି

ବାଁ ହାତ ପାପୁଲିରେ ଗାଢ଼ ନୀଳ ରଙ୍ଗର କଳାଜାଇ

ତା ଦେହର ରଙ୍ଗଠାରୁ ପୃଥକ ବାରିହୋଇପଡ଼େ

ତମ ପ୍ରେମିକାର ପିଠିରେ ଥିବା ଟାଟୁ ପରି ଦିଶେ

କିନ୍ତୁ ସେଥିରେ ସଂକ୍ରମଣର ଭୟନଥାଏ ।


Rate this content
Log in