Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrusikesh Moharana

Others

3  

Hrusikesh Moharana

Others

ମାଆ ପୁଅ

ମାଆ ପୁଅ

1 min
287


ଭାସି ଯାଉଥିବା ଗୋଟେ କାଗଜ ଡଙ୍ଗା

ହଠାତ୍ ଅଟକିଯାଏ ବର୍ଷା ଟୋପାକରେ

ଦୁଆର ମୁହଁରେ ବସି କାନ୍ଦୁଥାଏ କଅଁଳା ଶିଶୁ

ନା ଯାଇପାରେ ବର୍ଷାକୁ ଭେଦକରି ନା ରହିପାରେ ଧର୍ଯ୍ୟଧରି ।

କାନ୍ଦିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ

ଓଦାହୋଇ ଧାଇଁ ଯାଉଥିବା ସ୍ତ୍ରୀ ଲୋକଟି ତା'ର ମା ।


ତା ମାଆର ନଅହାତ ଶାଢ଼ୀ ନାହିଁ

ଛଅହାତ ଅଛି , ତିନି ହତ ଚିରିଗଲାଣି କେବେଠାରୁ

ଚପଲ ମାଡ଼ି ନଥିବା ପାଦ

ଖେଳନା ଧରିନଥିବା ହାତ

ବାପାକୁ ଦେଖିନଥିବା ଆଖି

କାହାଣୀ ଶୁଣିନଥିବା କାନ ଅପେକ୍ଷା

ଶିଶୁଟି ମାଆକୋଳକୁ ଆଶ୍ରୟକରି ଖୁବ୍ ଖୁସିରେ ବଞ୍ଚେ ।


ସହରରେ ନାଳ ସଫାକରେ ମାଆଟି

ବସ୍ତି ଅଞ୍ଚଳର ଛପର ତଳେ ଶୋଇଥାଏ ପୁଅ

କିଏ ଜାଣେ କେତେବେଳେ ସହରର ରାସ୍ତାକୁ ସଫା ରଖୁଥିବା

ଲୋକଟି କେଉଁ ଏକ ଅଜଣା ଗାଡ଼ି ଚକାତଳେ

ଆବର୍ଜନା ପାଲଟି ନଯିବ !


ଚାଳ ଛପର ତଳେ ଶୋଇଥିବା ପୁଅ

ଶୋଇଯାଇପାରେ ସବୁଦିନ ପାଇଁ

ଲଗାଣ ବର୍ଷାର ଦାଉରେ ଶୋଇଯାଇପାରେ

ଛପରଘରର ମାଟିକାନ୍ଥ ।



Rate this content
Log in