Audio

Forum

Read

Contests

Language


Write

Sign in
Wohoo!,
Dear user,
ଭାଇ ଆସିଥିଲେ
ଭାଇ ଆସିଥିଲେ
★★★★★

© Amaresh Biswal

Others

1 Minutes   12.8K    7


Content Ranking

ଭାଇ ଆସିଥିଲେ
ଅମରେଶ ବିଶ୍ବାଳ

କାଲି ଭାଇ ଆସିଥିଲେ
ରାତିଟା ରହି, ଆଜି ଗାଁ ବସ୍ ଧରିଲେ

ବସାରେ ପହଞ୍ଚି
ସାଙ୍ଗରେ ଆଣିଥିବା ଚୁଡ଼ାମୁଢ଼ି
ଓ ସ୍ନେହ ମମତାର ପୁଡିଆଟିକୁ ଖୋଲିଲେ
କହିଲେ, ବୋଉ ଥିଲାବେଳେ
ବାଡିରୁ ଶାଗ, ଭାଡ଼ିରୁ ଚାଉଳ ଦେଉଥିଲା
ଏବେ ତ ଅନ୍ୟ ପାଖରେ ବନ୍ଧା ପଡ଼ିଛି ଜୀବନ

ଭାଇ ତାଙ୍କ ଆଖି ଡୋଳା ଉପରକୁ
ପରଳ ପରି ମାଡି ଆସିଥିବା ପାଣିତକ
କେହି ନ ଦେଖିଲା ପରି ପୋଛିଲେ
ଓ ଅଭିନୟର ହସ ହସିଲେ

କହିଲେ, ଆସନ୍ତା ସପ୍ତାହରେ ଘରକୁ ଆ
ବାତ୍ୟାରେ ଉଡି ଯାଇଥିବା ଘରଟା ଛାଇବା
ଖଳାରେ କଚଡ଼ାତକ ପଡ଼ିଛି, ବାଡ଼େଇବା
ଦି ଭାଇ ବସି ଟିକେ ଖୁସିଗପ କରିବା

ଭାଇଙ୍କ କଥା ଶୁଣି
ମୁଁ ଅନେକ ଦିନ ପରେ ହସିଲି
ମନେମନେ କହିଲି- ଭାଇ
ଜୀବନ ଆମ ଦୁହିଁଙ୍କ ସ୍କୁଲବେଳ ନୁହେଁ
ସିଲଟ ଭାଙ୍ଗିବା, ଖଡି ଚୋରେଇବା
କାଳି ଢାଳିବା ଓ ମାଡ ଖାଇବା

ଭାଇ ତମେ ପୋଲିସ୍ ହୁଅ
ମୁଁ ମୁହଁରେ ଗାମୁଛା ବାନ୍ଧି ଚୋର
ଦୁହେଁ ମିଶି, ପିଲାଦିନ ପରି
ଅନ୍ୟର ବାଡିରୁ ଚୋରେଇ ଆଣିବା
ବର୍ଷ ବର୍ଷର ସାତ ସାଇତା ସୁଖ

ଭାଇଙ୍କୁ ବସ୍ ରେ ବସେଇ ଏବେ ଫେରିଲି
କାଲିଠୁ ଇଲେକ୍ସନ ଡ୍ୟୁଟି

ଫୋନ୍ 09861415377

ଭାଇ ଗୋଟେ ଉତ୍ସବ. ଭାଇ ଏମିତି ଏକ ସଂପର୍କ ଯାହା ଅନେକ ସମୟରେ ମତେ କାନ୍ଦକାନ୍ଦ କରିଦିଏ. ବହୁଦିନ ହେଲା ଭାଇ ସହ କଥା ହୋଇନି କିନ୍ତୁ ତା ସହ ଅନୁଭବ ସେମିତି ଅଛି. କିନ୍ତୁ ଭାଇ ବଦଳିନି.

Rate the content


Originality
Flow
Language
Cover design

Comments

Post


Some text some message..