STORYMIRROR

Amaresh Biswal

Others

1.7  

Amaresh Biswal

Others

ଭାଇ ଆସିଥିଲେ

ଭାଇ ଆସିଥିଲେ

1 min
25.7K


ଭାଇ ଆସିଥିଲେ
ଅମରେଶ ବିଶ୍ବାଳ

କାଲି ଭାଇ ଆସିଥିଲେ
ରାତିଟା ରହି, ଆଜି ଗାଁ ବସ୍ ଧରିଲେ

ବସାରେ ପହଞ୍ଚି
ସାଙ୍ଗରେ ଆଣିଥିବା ଚୁଡ଼ାମୁଢ଼ି
ଓ ସ୍ନେହ ମମତାର ପୁଡିଆଟିକୁ ଖୋଲିଲେ
କହିଲେ, ବୋଉ ଥିଲାବେଳେ
ବାଡିରୁ ଶାଗ, ଭାଡ଼ିରୁ ଚାଉଳ ଦେଉଥିଲା
ଏବେ ତ ଅନ୍ୟ ପାଖରେ ବନ୍ଧା ପଡ଼ିଛି ଜୀବନ

ଭାଇ ତାଙ୍କ ଆଖି ଡୋଳା ଉପରକୁ
ପରଳ ପରି ମାଡି ଆସିଥିବା ପାଣିତକ
କେହି ନ ଦେଖିଲା ପରି ପୋଛିଲେ
ଓ ଅଭିନୟର ହସ ହସିଲେ

କହିଲେ, ଆସନ୍ତା ସପ୍ତାହରେ ଘରକୁ ଆ
ବାତ୍ୟାରେ ଉଡି ଯାଇଥିବା ଘରଟା ଛାଇବା
ଖଳାରେ କଚଡ଼ାତକ ପଡ଼ିଛି, ବାଡ଼େଇବା
ଦି ଭାଇ ବସି ଟିକେ ଖୁସିଗପ କରିବା

ଭାଇଙ୍କ କଥା ଶୁଣି
ମୁଁ ଅନେକ ଦିନ ପରେ ହସିଲି
ମନେମନେ କହିଲି- ଭାଇ
ଜୀବନ ଆମ ଦୁହିଁଙ୍କ ସ୍କୁଲବେଳ ନୁହେଁ
ସିଲଟ ଭାଙ୍ଗିବା, ଖଡି ଚୋରେଇବା
କାଳି ଢାଳିବା ଓ ମାଡ ଖାଇବା

ଭାଇ ତମେ ପୋଲିସ୍ ହୁଅ
ମୁଁ ମୁହଁରେ ଗାମୁଛା ବାନ୍ଧି ଚୋର
ଦୁହେଁ ମିଶି, ପିଲାଦିନ ପରି
ଅନ୍ୟର ବାଡିରୁ ଚୋରେଇ ଆଣିବା
ବର୍ଷ ବର୍ଷର ସାତ ସାଇତା ସୁଖ

ଭାଇଙ୍କୁ ବସ୍ ରେ ବସେଇ ଏବେ ଫେରିଲି
କାଲିଠୁ ଇଲେକ୍ସନ ଡ୍ୟୁଟି

ଫୋନ୍ 09861415377


Rate this content
Log in

More oriya poem from Amaresh Biswal