Bironika (A Quotation)
Bironika (A Quotation)
ପ୍ରଶ୍ନ ଗୋଟିଏ ଉଁକୁଛି ମନରେ
ମୁଁ କିଏ ତୁମ ପାଇଁ
ଉତ୍ତର ସନ୍ଧାନେ ବିତୁଅଛି ରାତି
ନିଦ ଜମା ଆସୁନାହିଁ........୧
ମୁଁ କ'ଣ ଥିଲି ପାନ୍ଥସାଳା ଟିଏ
ତୁମ ଜୀବନର ଚଲା ପଥେ
କିଛି ଦିନ ପାଇଁ ନିଜର କରିଲ
ତା ପରେ ଚାଲିଗଲ ନିଜବାଟେ.....୨
ଅବା ଭାବୁଥିଲ ହ୍ରୁଦଯକୁ ମୋର
ମାଟିର କଢେଇ ବୋଲି
ଖେଳୁ ଖେଳୁ ଯେବେ ମନ ଭରିଗଲା
ଚାହିଁଲନି ଆଉ ବୁଲି.......୩
କିଛିତ ମାଗିନି ପ୍ରତିବଦଳରେ
ହ୍ରୁଦଯକୁ ମୋର ଦେଇ
ଭାବିଥିଲି ତୁମେ ରହିବ ପାଖରେ
ଜୀବନ ସାଥିଟେ ହୋଇ........୪
ସ୍ବପ୍ନ ଥିଲ ଖଲି ଦୁଇପଟ ଶ୍ଂଖା
ଟୋପାଏ ମଥାରେ ସିନ୍ଦୁର
ଲୋଡା ନାହିଁ ମତେ ମହଲର ସୁଖ
ତୁମ ହ୍ରୁଦଯଟି ମୋର ଘର......୫
ଜାଇ ପାର ତୁମେ ଦୁର ରାଇଜକୁ
ଏକା ମତେ ଛାଡିଦେଇ
କାରଣ୍, ନାରୀର ଭାବନା ବୁଝିଲା ଭଳିଆ
ତୁମର ହ୍ରୁଦଯ ନାହିଁ.........୬