"ରାମ୍ ଈଜ୍ ଏ ଗୁଡ଼୍ ବୋଏ"
"ରାମ୍ ଈଜ୍ ଏ ଗୁଡ଼୍ ବୋଏ"
1 min
227
ଆମେ ସମସ୍ତେ ସାଧାରଣ ଲୋକ
ଯେମିତି ଜଙ୍ଗଲର ସାଧାରଣ ଜନ୍ତୁ ଜୁନ୍ତା
ଯେମିତି ମସାଣି ସାଧାରଣ ଗଛ ଲତା
ସଭ୍ୟତାର ଦରକାର ହିସାଵ ରେ
ଆମେ ଯୁଗ ଯୁଗରୁ ଅଲଗା ଅଲଗା ଜାଗାରେ
ପୁର୍ନବାସୀତ ହେଇଥାଉ
ନା ଆମ ବିବେକ ଆଜି ଆମର
ନା ଆମ ନିର୍ଣୟ କ୍ଷମତା ଆଜି ଆମର
ଆମକୁ ରୁଟି ମିଳିଲେ, ଆମେ ଖାଉ
ଆମକୁ ସଦ୍ଦ ମିଳିଲେ, ଆମେ ଗାଉ
ପତକା ମିଳିଛି, ତେଣୁ ଉଡ଼ଉ
୧୫ ପରେ ସବୁ ଭୁଲି ଯାଉ
ନହେଲେ "ରାମ୍ ଈଜ୍ ଏ ଗୁଡ଼୍ ବୋଏ" ଭଳି ଚୁପଚାପ ବସିଥାଉ,,,,,
