ଜନମ ଜନମର ସାଥୀ
ଜନମ ଜନମର ସାଥୀ
ତୁମେ ମୋ ଜନ୍ମଜନ୍ମାନ୍ତର ସାଥୀ
ସ୍ୱର୍ଗ ଠାରୁ ଗୁରୁ ପରମେଶ୍ୱର
ତୁମ ବ୍ୟତିରକେ ଜୀବନ ନିରଶ
କ୍ଷଣିକେ ହୋଇବ ଛାରଖାର ।
ବହୁ ଶପଥ କରି ବିବାହ ବେଦିରେ
ପିତାଙ୍କୁ ହସ୍ତ ମୋର ମାଗିନେଲ
ମଧୁର ବଚନ କହି ମୋହରି ମନ
ଅଚିରେ ଚୋରି କରି ନେଇଗଲ ।
କଉଡ଼ି ଖେଳବେଳେ କପଟେ ଜିତିଲ
ଜାଣି ଜାଣି ହାରମାନିଲି ମୁହିଁ
ହାତଗଣ୍ଠି ଯେବେ ତୁମ ସାଥେ ପଡିଲା
ଭାବିଲି ଜୀବନେ ରହିବ ସାଥୀହୋଇ ।
ନିଜଲୋକଙ୍କୁ ପର କରି ମୁହିଁ
ଆଶ୍ରିତା ହେଲିତୁମପରିବାରେ
କଥା ଦେଉଛି ତୁମକୁ ମୁହିଁ
ସଭିଙ୍କୁ ବାନ୍ଧିବି ମମତା ଡୋରିରେ ।
ମା ବଦଳେ ଶାଶୁ ଭଉଣୀ ପରି ନଣଦ
ଦିଅରକୁ ଭାଇ ବୋଲି ମଣିବି
ଏକତାରଜ୍ଜୁରେ ସଭିଙ୍କୁ ବାନ୍ଧି
ସ୍ୱର୍ଗପୁର ପରି ଗଢିତୋଳିବି ।
ଝଗଡା ହିଂସା ଦ୍ୱେଷ ଗୃହେସ୍ଥାନଦେବିନି
ସେଥିପାଇଁ ସଜାଗ ହେବି
ପକ୍ଷପାତ ମନବୃତ୍ତି ନରଖି
ବଡ଼ସାନଙ୍କୁ ସମାନରେ ପରସିବି ।
ଶାଶୁଶଶୁରଙ୍କ ସେବାରେ ମଗ୍ନହେବି
କେବେ ମନ୍ଦିର ମୋ ଲୋଡ଼ା ନାହିଁ
ସେ ଯେ ଅଟନ୍ତି ଜୀବନ୍ତ ଦେବତା
ଉଷା ଉପାସ କରିବିମୁଁ କାହିଁପାଇଁ ।
କଥା ଦିଅ ସାଥୀ ପରକରିବନି
ସ୍ନେହ କାଙ୍ଗାଳି ଝିଅଟିଏ ମୁହିଁ
ତୁମେ ହେବ ଜନମ ଜନମ ସାଥୀ
କଥାଦିଅ ମୋହରି ମଥା ଛୁଇଁ ।