Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisa priyadarsini Nanda

Others

5.0  

Monalisa priyadarsini Nanda

Others

ଫୋନି ଶିଖାଇ ଦେଇ ଗଲା

ଫୋନି ଶିଖାଇ ଦେଇ ଗଲା

1 min
119



ଫୋନି ତୁମେ ମୋତେ ବହୁତ ବଡ ଶିକ୍ଷା ଦେଲ 

ଭୁବନେଶ୍ୱରଠାରୁ ଜାଣିଲି ଗାଁଟି ମୋର ଭଲ ।


ସ୍ନେହ ଶରଧା ରେ ସଭିଙ୍କ ସାଥେ ମିଶି ରହିବା 

ସର୍ବଦା ସାଇ ପଡିଶାଙ୍କ ସହ ଉତ୍ତମ ସମ୍ପର୍କ ରଖିବା ।


"ଜଳହିଁ ଜୀବନ" ଏହି ବାଣୀର ମହତ୍ୱ ବୁଝିଲି 

କମ ଜଳରେ ଜୀବନ ଅତିବାହିତ କରିବା ଶିଖିଲି ।


ବିନା ଏ ସି ବିଦ୍ୟୁତ ରେ ବଞ୍ଚିବା ଓ ଶୋଇବା ଶିଖିଲି 

ଇଣ୍ଟର୍ନେଟ ବିନା ବାହାରେ ଏକ ସୁନ୍ଦର ଦୁନିଆ ଦେଖିଲି ।


ୱସଙ୍ଗି ମେସିନ ବିନା ବିନା ପ୍ୟାଣ୍ଟ ସାର୍ଟ ଧୋଇହେବ 

ବିନା ଗାଡ଼ିରେ ବି ସାଇକେଲ ଦ୍ୱାରା ଅଫିସ ଯାଇ ହେବ । 


ବଞ୍ଚିହେବ ଜାଣିଲି ନଥିଲେ କ୍ରେଡିଟ ଓ ଡେବିଟି କାର୍ଡ 

ଜରୁରୀ କାଳୀନ ପରିସ୍ଥିତି ରେ କିଛି ଲାଗିଲାନି ହାର୍ଡ ।


ଧନ୍ୟବାଦ ତୁମକୁ, ପ୍ରକୃତି କୁ ଭଲପାଇବା ଶିକ୍ଷା ଦେଇଗଲ 

ବହୁତ କଷ୍ଟ ଦେଇଥିଲେ ମଧ୍ୟ, ତାହାର ବଦଳେ କିଛି ଛାଡିଗଲ ।

 



Rate this content
Log in