The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Nirupama Pradhan

Others

4.2  

Nirupama Pradhan

Others

ତାଲା ବନ୍ଦ

ତାଲା ବନ୍ଦ

2 mins
48


 ଆଜି ପଶୁପକ୍ଷୀମାନଙ୍କର ସଭା ବସିଛି | ସେମାନଙ୍କ ମଧ୍ୟରୁ ଗୋଟିଏ ପଶୁ କହୁଛି, ଆରେ କ'ଣ ହେଇଛି କି ରାସ୍ତା ଘାଟ ପୁରା ଶୂନ ଶାନ୍, ନା ଶୁଣାଯାଉଛି ଗାଡି ମଟର ଘୁଁ ଘା ପେଁ ପେଁ ଶବ୍ଦ, ନା ବାହାରୁଛି କଳକାରଖାନାରୁ ପ୍ରଦୂଷିତ ଧୂଆଁ, ଯାହା ଆମକୁ ଅତିଷ୍ଠ କରିପକାଏ, ଦୋକାନ ବଜାର ଜନଶୂନ୍ୟ ପ୍ରାୟ ଅନ୍ୟ ଏକ ପଶୁ ସେମାନଙ୍କ ମଧ୍ୟରୁ କହୁଛି, ଆରେ ବିଶ୍ୱକୁ ପରା "କରୋନା ଭାଇରସ" ଭୂତାଣୁ ସଂକ୍ରମଣ କରି ସାରା ବିଶ୍ୱକୁ କଲବଲ କରୁଛି | ସେଥିରୁ ବଞ୍ଚିବା ପାଇଁ ହେଲେ ଘରେ ରହିବା ନିରାପଦ | ସେଥିପାଇଁ ସେମାନେ ତାଲା ବନ୍ଦ କରି ଘରେ ବସି ରହିଛନ୍ତି | ତୃତୀୟ ପଶୁଟି କହୁଛି, କେମିତି ବା ନ ହେବ ଭଗବାନ ମଣିଷକୁ ଅଧିକ ବୁଦ୍ଧିଆ କଲେ ବୋଲି ସେମାନେ ଆମ କଥା ଚିନ୍ତା କରୁନାହାନ୍ତି | ଯେଉଁଠି ଆମ ବାସସ୍ଥାନ ଜଙ୍ଗଲକୁ କାଟି ବଡ ବଡ ସହର କଳକାରଖାନା କରି ନିଜ ସହରକୁ ସ୍ମାର୍ଟ ସିଟି କରୁଛନ୍ତି | ଯାହା କଲେ କଲେ ସେଥିରେ ପୁଣି ସମଗ୍ର ବିଶ୍ୱ ପଶୁ ପକ୍ଷୀ କୀଟପତଙ୍ଗକୁ ମାରି ଖାଇଲେ | ଆମ ପଶୁ ପକ୍ଷୀ ସମାଜକୁ ନିପାତ କରିଦେଲେଣି | ଚତୁର୍ଥ ପଶୁଟି କହୁଛି, ହଁ ଭାଇ ଚୀନର ଉହାନ ସହରରେ ଅତ୍ୟଧିକ ପଶୁ ପକ୍ଷୀ କୀଟ ପତଙ୍ଗକୁ ମାରୁଥିବାରୁ ଆମ ପଶୁ ସମାଜରୁ ହିଁ ଏହି କରୋନା ଭୂତାଣୁ ବାହାରି ସମଗ୍ର ବିଶ୍ୱକୁ କଲବଲ କରୁଛି | ପଞ୍ଚମ ପଶୁଟି ଉତ୍ତରରେ କହୁଛି, ଏ ସଂସାରରେ ଆମ ପାଇଁ ତ ରହିବା ପାଇଁ ଜାଗା ହିଁ ନାହିଁ | ସେଥିପାଇଁ ଆମ ପଶୁ ପକ୍ଷୀ ସମାଜର ଲୋପ ପାଉଛି | ଯେତେ ବି ଦୁଃଖ କଷ୍ଟରେ ବଞ୍ଚିଛନ୍ତି, ତାକୁ ଚିଡିଆଖାନାରେ ରଖି ଏହି ମଣିଷ ସମାଜ ଆନନ୍ଦ ନେଉଛି | ଷଷ୍ଠ ପଶୁଟି ଠିକ କହିଛ, ଏବେ ସେମାନେ ଠିକ ବୁଝି ପାରୁଥିବେ ଚିଡିଆଖାନାରେ ରହିଲେ କେମିତି ଲାଗେ, ନିଜ ଘରେ ପରିବାର ସହିତ ବନ୍ଦୀ ପ୍ରାୟ ଜୀବନ ବିତାଉଛନ୍ତି | ବାହାର ଦୁନିଆ ଖୁସିରେ ବୁଲି ପାରୁନାହାନ୍ତି | ଆଉ ଯଦି ଯିଏ ବାହାରିଲା ଆମ ପଶୁ ପକ୍ଷୀଠାରୁ ସୃଷ୍ଟି ହେଇଥିବା "କରୋନା ଭାଇରସ" ଭୁତାଣୁରେ ସଂକ୍ରମଣ ହୋଇ ମରୁଛନ୍ତି |ସପ୍ତମ ପଶୁଟି, ହଁ ଭାଇମାନେ ଠିକ କହିଛ | କିଏ ମନା କରୁଛି ଏହି ମଣିଷ ସମାଜକୁ ଉନ୍ନତ ସମାଜ ଗଢିବାକୁ | କିନ୍ତୁ ପ୍ରକୃତି ସହିତ ଖେଳ ଖେଳି ଠିକ କରୁନାହାନ୍ତି | ସମସ୍ତ ପଶୁ ପକ୍ଷୀମାନେ ମଣିଷ ସମାଜକୁ ଅନୁରୋଧ କରି କହୁଛନ୍ତି; ଭଗବାନ ବଞ୍ଚିବାର ଅଧିକାର ସମସ୍ତଙ୍କୁ ଦେଇଛନ୍ତି, କିନ୍ତୁ କାହାର ଅଧିକାର ଛଡାଇବାର ଅଧିକାର ନୁହେଁ | ତୁମେ ଖୁସିରେ ରୁହ କିନ୍ତୁ ଆମ ପଶୁ ପକ୍ଷୀ କୀଟ ପତଙ୍ଗକୁ ବଞ୍ଚିବାର ଅଧିକାର ଟିକେ ଦିଅ |



Rate this content
Log in

More oriya story from Nirupama Pradhan