ସନ୍ତାନ
ସନ୍ତାନ
ପ୍ରଭୁ ଶ୍ରୀରାମଚନ୍ଦ୍ର ଲଙ୍କା ଜୟ କରି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରୁଥାନ୍ତି।ମାତା ସୀତା ଠାକୁରାଣୀ ଓ ପ୍ରଭୁ ରାମଚନ୍ଦ୍ରଙ୍କୁ ହନୁମାନ କାନ୍ଧରେ ବସାଇ ଫେରୁଥାନ୍ତି। ଏହି ସମୟରେ ତାଙ୍କ ମାଆ ଅଞ୍ଜନାଙ୍କ କଥା ହନୁମାନଙ୍କର ମନେ ପଡ଼ିଗଲା। ତେଣୁ ତାଙ୍କ ମାଆଙ୍କ ପାଖକୁ ଠାକୁର ଓ ଠାକୁରାଣୀଙ୍କୁ ନେଇ ସିଧା ଚାଲିଲେ। କାରଣ ହନୁମାନଙ୍କ ମା ଅଞ୍ଜନା ସୀତା ଦେବୀଙ୍କୁ ଦେଖିବାକୁ ଚାହୁଁଥିଲେ। ଶୀଘ୍ର ଶୀଘ୍ର ବହୁତ ଆନନ୍ଦରେ ହନୁମାନ ଯାଇ ତାଙ୍କ ମାଆଙ୍କ ପାଖରେ ହାଜର ହୋଇଗଲେ। କିନ୍ତୁ ତାଙ୍କ ମାଆଙ୍କ ମନରେ ଆନନ୍ଦ ନଥାଏ। ହନୁମାନ ତାଙ୍କ ମାଆଙ୍କୁ ପ୍ରଣାମ କଲା ସମୟରେ ସେ ରାଗି ଉଠିଲେ। କହିଲେ ତୁ ମୋର ପୁଅ ନୁହେଁ----। ହନୁମାନ ଆଶ୍ଚର୍ଯ୍ୟର ସହିତ ଦୁଃଖ ପ୍ରକାଶ କଲେ। କାରଣ କ'ଣ ପଚାରିବାରୁ ଅଞ୍ଜନା କହିଲେ--- , ସାମାନ୍ୟ ଜଣେ ବାନର ନଳ ଛୁଇଁ ଦେବାରୁ ପଥର ଭାସିଲା। ସେତୁ ବନ୍ଧ ନିର୍ମାଣ ହେଲା କିନ୍ତୁ ତୁ ମୋର ପୁଅ ହୋଇ ସେ ସମୁଦ୍ରରେ ଶୋଇ ଯାଇ ପାରିଲୁ ନାହିଁ। ତୋହର କାୟା ବିସ୍ତାର କରି ପାରିଲୁ ନାହିଁ।ଯା ଚାଲିଯାଅ,ତୁ ମୋ ପୁଅ ନୁହେଁ। ହନୁମାନ ଲଜ୍ଜାରେ ଚାହିଁ ରହିଥାନ୍ତି। ମୁଁ ଭୁଲ୍ କରିଛି କହି ମାଆଙ୍କ ଚରଣ ଧୂଳି ମୁଣ୍ଡରେ ମାରି ବିଦାୟ ନେଲେ। ଭକ୍ତି ଶ୍ରଦ୍ଧା ଓ ନିଃସ୍ଵାର୍ଥପର ସେବା ମଣିଷକୁ ମୁକ୍ତି ଦେଇଥାଏ। ମାଆର ସଂସ୍କାର ଓ ପୁଅର ସେବା କର୍ତ୍ତବ୍ୟ ସମାଜରେ ପୂଣ୍ୟ ବୈତରଣୀର ଧାରା ସୃଷ୍ଟି କରିଥାଏ। ଏହି କଥା ଶୁଣି ମାତା ସୀତା କହିଲେ, ହନୁମାନ ତୁମେ ଯୋଗ୍ୟା ମାଆ ର ସୁଯୋଗ୍ୟ ସନ୍ତାନ।
