ଓଡ଼ିଆ ଗଳ୍ପ ଓ କବିତା - ୨

Others

3  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ସନ୍ନ୍ୟାସୀ

ସନ୍ନ୍ୟାସୀ

1 min
7.2K


ଯେଉଁ ବିଶାଳ ଖେଳପଡିଆରେ ମୁଁ ପ୍ରାତଃଭ୍ରମଣ କରେ ତାର ଗୋଟେ କୋଣରେ ଚାଲିଥିଲା ରୋଷେଇ | ଚମତ୍‌କାର ଖିଚୁଡି | ପ୍ରସ୍ତୁତକର୍ତ୍ତା ଦୁଇଜଣ ସନ୍ୟାସୀ | ସନ୍ୟାସୀ ଦୁଇଜଣଙ୍କୁ ଦେଖି ପ୍ରାତଃଭ୍ରମଣ ବନ୍ଦକରି ଆଗ୍ରହାନ୍ବିତ ହେଲି ସକାଳୁ ସକାଳୁ ଟିକେ ସତ୍‌ସଙ୍ଗ କରିବା ନିମିତ୍ତ | ବୃଦ୍ଧ ସନ୍ୟାସୀଙ୍କୁ ପ୍ରଣାମ କଲି |

ଆଶୀର୍ବାଦ ମୁଦ୍ରାରେ ଥାଇ ପ୍ରଶ୍ନକଲେ ଚା ପିଇବ ?

ମନାକଲି |

ଆଉ ସବୁ କଣ ଖବର ? ପ୍ରଶ୍ନକଲେ ସେ |

ଭଲ | ଆପଣଙ୍କ ସହ ଟିକେ ସତ୍‌ସଙ୍ଗ ଲାଗି ମନବଳିଲା |

କ’ଣ କର ? ପ୍ରଶ୍ନକଲେ

ସାମ୍ବାଦିକ | କୁଣ୍ଠାର ସହ ଉତ୍ତରଦେଲି |

ତେବେ ତ ବହୁ ପଇସା କମଉଥିବ | ଯାହା ଦରମା ତାଠାରୁ ଢେର ଉପୁରି ବି ଥିବ | ସନ୍ୟାସୀଙ୍କ ଆଖିରେ ଚମକ |

ମୋ ପେଶା ସମ୍ବନ୍ଧରେ ମୋଠାରୁ ଅଧିକ ଜାଣିଥିଲେ ସେ | ପରେ ପରେ ଗପି ଚାଲିଲେ କେଉଁ ନେତା କେତେ କରିତକର୍ମା | କାହା ପାଖରେ କେତେ ଟଙ୍କା ଆଉ

କେତେ ଗୁଣ୍ଡା | କାହାର କ୍ଷମତା କେତେ | ଆତ୍ମା ପରମାତ୍ମାଙ୍କ ତୁଳନାରେ ନେତା ଓ ରାଜନୀତି ଦିଗରେ ତାଙ୍କର ଉତ୍କଣ୍ଠା ମତେ ହତାଶ କଲା | ପ୍ରଣାମ କଲି, ତୁରନ୍ତ ବିଦାୟ ନେବାକୁ ଉଦ୍ୟତ ହେଲି |

ଏକ ସଜକଟା କଦଳୀପତ୍ରରେ ପ୍ରସ୍ତୁତ ହୋଇଥିଲା ଚମତ୍‌କାର ଠୋଲା | ଖିଚୁଡି ପରଶା ଯିବ |

ସକାଳର ସତ୍‌ସଙ୍ଗ ବ୍ୟର୍ଥ ହେବା ପରେ ଭାବୁଥିଲି - କେବଳ ସଂସାର ଛାଡିଲେ ହେବନି ମନରୁ ସଂସାର ପରିତ୍ୟାଗ କରିବାକୁ ହେବ ......


Rate this content
Log in